ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ହେଲାସାହି ଅଞ୍ଚଳରୁ ଆଜି ପୁଣି ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ଏହି ଜର୍ଦ୍ଦା କାରଖାନା ଉପରେ ପୁଲିସ ଚଢଉ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଥିବା ‌ବେଳେ ଅଭିଯୁକ୍ତ ସଲମନ ଖାଁ ଫେରାର ହୋଇଯାଇଛି। କୋଲକାତାରୁ ନକଲି ଲେବୁଲ, ଜର୍ଦ୍ଦା ଡବା, ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ଆଣି ପୁରୁଣାବଜାର ଅଞ୍ଚଳରେ ତିଆରି କରି ଏହାକୁ ବାହାରକୁ ପଠାଇଥାନ୍ତି। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଅଚାନକ ଚଢଉ କରିଥିଲା। ଚଢାଉ ବେଳେ ଅଭିଯୁକ୍ତ ସଲମନ ଖାଁ ଘର ଛାଡି ଫେରାର ହୋଇଯାଇଛି। କୋଲକାତାରୁ ନକଲି ଗୋପାଲ ଜର୍ଦ୍ଦା ପତି ଆଣି ଏଥିରେ କେମିକାଲ ମିଶାଇ ଗୋପାଲ ଜର୍ଦ୍ଦା ମାର୍କା ଟିଣ ଡବାରେ ଲେବୁଲ ମାରି ବଜାରକୁ ଛାଡୁଥିଲା। ତାର ଏହି କଳା କାରବାର ଉପରେ ପୁଲିସ ନଜର ପଡିଥିଲା। ଆଜି ହେଲାସାହିରେ ଥିବା ତାର କାରଖାନା ଉପରେ ପୁଲିସ ଚଢା‌ଉ କରି କାରଖାନା ଠାବ କରିବା ସହିତ ନକଲି ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର