ନକଲି ଜର୍ଦ୍ଦା କାରଖାନା ଠାବ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ୧ ଗିରଫ 

0

ଭଦ୍ରକ: ଭଦ୍ରକର ପୁରୁଣାବଜାର ଅଞ୍ଚଳରୁ ଆଜି ପୁରୁଣାବଜାର ପୁଲିସ ଚଢ଼ଉ କରି ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏଠାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରାଯାଇଥିବାବେଳେ ଅଭିଯୁକ୍ତ ଇସଲାମ୍ ଖାଁକୁ ପୁଲିସ ଗିରଫ କରିଛି।

ଆଜି ଅପରାହ୍ନରେ ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ଛଡାକ ମହଲା ଅଞ୍ଚଳର ସୁଲତାନନଗରର ସେକ୍ ଇସଲାମ୍ ଖାଁଙ୍କ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଅଚାନକ ଚଢାଉ କରିଥିଲେ। ଚଢାଉ ବେଳେ ଏଇ କାରଖାନାରେ ନକଲି ଜର୍ଦ୍ଦା ମସଲା, ଜର୍ଦ୍ଦା ତିଆରିରେ ବ୍ୟବହାର କରାଯାଉଥିବା ମୂଲ୍ୟବାନ କେମିକାଲ ଓ ଜର୍ଦ୍ଦାରେ ମିଶା ଯାଉଥିବା ରଙ୍ଗ ଓ ଅନ୍ୟାନ୍ୟ ତରଳ ପଦାର୍ଥ, ଜର୍ଦ୍ଦା ପ୍ରସ୍ତୁତ ମେସିନ, ଗୋପାଲ ଜର୍ଦ୍ଦାର ନକଲି ଲେବୁଲ ଓ ଡବା ସବୁ ଜବତ କରାଯାଇଥିଲା। ଜବତ କରାଯାଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆଇଆଇସି ପ୍ରଜ୍ଞା ମହାନ୍ତି ପ୍ରକାଶ କରିଛନ୍ତି।

ଭଦ୍ରକର ଏଇ ଅଞ୍ଚଳ ନକଲି ଜର୍ଦ୍ଦା ତିଆରିର ପେଣ୍ଠସ୍ଥଳୀ ପାଲଟିଛି। କାଳୀପୂଜା ପୂର୍ବରୁ ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ଆଉ କେଉଁ କେଉଁ ସ୍ଥାନରେ ନକଲଇ ଜର୍ଦ୍ଦା ତିଆରି ହେଉଛି, ତାହା ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଛି। ଖୁବ ଶୀଘ୍ର ଏଇସବୁ ନକଲି କାରଖାନା ଉପରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି। ଆଇଆଇସି ଏହି ଥାନାରେ ଯୋଗ ଦେବା ପରେ ଚଢ଼ଉ ଜାରି ରଖିଛନ୍ତି। ଏହା ତାଙ୍କର ଚତୁର୍ଥ ଚଢାଉ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.