ସଂଗ୍ରାମସେନାର ଚାଷୀ ଅଧିକାର ସମାବେଶ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଚାଷୀମାନଙ୍କ ସମସ୍ୟା ତଥା ଅଧିକାରକୁ ନେଇ ସଂଗ୍ରାମ ସେନା ଡାକରାରେ ସ୍ଥାନୀୟ ଚାନ୍ଦବାଲି କାଳୀ ମନ୍ଦିର ପରିସରରେ ଏକ ଚାଷୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବୀରେନ ସାହୁ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ସଂଗ୍ରାମ କେଶରୀ ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଚାନ୍ଦବାଲିର ରାଜନେତାଙ୍କ ପାଇଁ ଏହି ଯୋଜନା ଚାଷୀମାନଙ୍କ ନିକଟରେ ପହଞ୍ଚୁନଥିବା ଅଭିଯୋଗ କରି ସଂଗ୍ରାମସେନା ପକ୍ଷରୁ ଚାଷୀ ଅଧିକାର ସମାବେଶ ଆୟୋଜନ କରାଯାଇଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହୋଥିବା ବେଳେ ଚାନ୍ଦବାଲି ରାଜନେତା ମିଲରଙ୍କ ସହ ସଲାସୁତରାରେ କ୍ବିଣ୍ଟାଲ ପିଛା ୮ କିଲୋ କଟିଂ କରୁଛନ୍ତି। ଫଳରେ ନିରୀହ ଚାଷୀ ଦଲାଲଙ୍କ ଶିକାର ହେଉଛି। ଆଗାମୀ ଦିନରେ ଚାଷୀଙ୍କ ଧାନ କଟିଂ କଲେ ସଂଗ୍ରାମସେନା ଏହାର ତୀବ୍ର ବିରୋଧ କରିବ ବୋଲି କଡ଼ା ଚେତାବନୀ ଦେଇଛି। କାର୍ଯ୍ୟକ୍ରମରେ ୨ ଶହ ଚାଷୀଙ୍କୁ ଉପଢ଼ୌକନ, ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ଫଳଚାରା ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଟ୍ରେଡ୍‌ ୟୁନିୟନ ନେତା ମୁରଲୀଧର ପରିଡ଼ା, ପୂର୍ବତନ ସମିତିସଭ୍ୟ ସୁକାନ୍ତ ନାୟକ, ପୂର୍ବତନ ସରପଞ୍ଚ ଗୌରହରି ବିଶ୍ବାଳ, ପୂର୍ବତନ ସରପଞ୍ଚ ସନ୍ଥଚରଣ ନାୟକ ପ୍ରମୁଖ ଏହି କ‌ାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର