ଭଦ୍ରକ: ଧାମରା ଅଞ୍ଚଳରୁ ଚୋରା ଚାଲାଣ କରୁଥିବା ୫ କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଦ୍ରକ: ଧାମରା ଅଞ୍ଚଳରୁ ଚୋରା ଚାଲାଣ କରୁଥିବା ୫ଟି କୋଇଲା ବେଝେଇ ଟ୍ରକ୍‌କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଶନିବାର ଜବତ କରିଛି। ଭଦ୍ରକ-ଧାମରା ରେଳଲାଇନ୍‌ କଡ଼ରୁ କୋଇଲା ଚୋରୀ କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପୁଲିସ ପାଖରେ ଖବର ଥିଲା।

ଆଇଆଇସି ଦୟାନିଧୀ ଦାଶଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଆଜି ଅତର୍କିତ ଭାବରେ ଚଢ଼ାଉ କରିଛି। ୫ଟି ଦଶ ଚକିଆ ଟ୍ରକ ମଧ୍ୟରୁ ଗୋଟିଏ ପଶ୍ଚିମ ବଙ୍ଗର ହୋଇଥିବା ବେଳେ ଅନ୍ୟ ୪ଟି ଓଡ଼ିଶାର ବୋଲି ଜଣାପଡ଼ିଛି। ଟ୍ରକ୍‌ ଗୁଡ଼ିକର ପଞ୍ଜୀକରଣ ନମ୍ବର ଯଥାକ୍ରମେ ଡବ୍ଲୁବି ୩୩ପି ୭୦୭୭, ଓଡି ୦୪ଏ ୫୫୬୯, ଓଆର ୦୪ଏଲ୍‌ ୪୦, ୯୯, ଓଆର ୦୪ଏଲ୍‌ ୪୬୯୯ ଓ ଓଆର ୦୫ଏଏଚ୍‌ ୬୮୦୬।

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ, ଜବତ ହୋଇଥିବା ଟ୍ରକ ଗୁଡ଼ିକ ଛାଡ଼ି ଦିଆଯିବା ପାଇଁ ଚାପ ପ୍ରୟୋଗ ହେଉଛି। କାରଣ ଏହି ଚୋରା ଚାଲାଣ ଘଟଣାରେ ପୋଲିସ, ଡକାୟତ, କୋଇଲା ମାଫିଆ ଏବଂ କିଛି ଜଣାଶୁଣା ବ୍ୟକ୍ତି ସଂପୃକ୍ତ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର