ଭଦ୍ରକ : ଖୋର୍ଦ୍ଧାରୁ ଚୋରା ଗଂଜେଇ ମାଫିଆଙ୍କ ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି। ଆଉ ଆଜି ଅପରାହ୍ଣରେ ଏଇ ମାଫିଆଙ୍କ କଳା କାରନାମା ଧରା ପଡ଼ିଯାଇଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୋଇନ୍ଦା ବିଭାଗର ଅଧିକାରୀମାନଙ୍କ ହାତରେ। ଆଜି ଖୋର୍ଦ୍ଧାରୁ ଏକ କଣ୍ଟେନର (ଏନଏନ-ଓ-୨କ୍ୟୁ-୦୩୮୯)ରେ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ୩୩ ବସ୍ତା ଗଞ୍ଜେଇ ଜବତ କରାଯାଇଛି। ପ୍ରାଥମିକ ଆକଳନରୁ ଜବତ ଗଞ୍ଜେଇର ଓଜନ ୧୦ କୁଇଣ୍ଟାଲଏବଂ ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୋଇନ୍ଦା ବିଭାଗ ଅନୁମାନ କରିଛି। ତେବେ ଗଞ୍ଜେଇ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର ସମେତ ଚୋରା ବେପାରୀମାନେ ଖସି ପଳାଇବାରେ ସମର୍ଥ ହୋଇଛନ୍ତି। ପଶ୍ଚିମବଙ୍ଗର ଜଣେ ଗଞ୍ଜେଇ ମାଫିଆ ଏହି ଚୋରା ଚାଲାଣର କିଙ୍ଗପିନ୍ ବୋଲି କୁହାଯାଉଥିବାବେଳେ ଏହି ବିହାରର ପାଟଣା ସହରକୁ ଚାଲାଣ ହେଉଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ
/sambad/media/post_attachments/wp-content/uploads/2018/05/ganja.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)