ଭଦ୍ରକ: ଚାଲିଚାଲି ଯାଉଥିବା ବେଳେ ବଜ୍ରପାତରେ ଶ୍ରମିକ ମୃତ

ଭଦ୍ରକ: ବଜ୍ରପାତରେ ବୁଧବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଭଦ୍ରକ ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ନିକଟରେ ରାନ୍ଦିଆ ରାମେଶ୍ୱର ଗ୍ରାମର ରାମ ମରାଣ୍ଡି(୪୦) ଚାଲିଚାଲି ଯାଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ହସ୍ପିଟାଲରେ ରାମ ମରାଣ୍ଡିଙ୍କୁ ପହଞ୍ଚା ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର