କ˚ଗ୍ରେସ ଛାଡ଼ିଲେ ମାଧବାନନ୍ଦ

ବାସୁଦେବପୁର : ବାସୁଦେବପୁର ନିର୍ବାଚନ ମଣ୍ତଳୀର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ମାଧବାନନ୍ଦ ମଲ୍ଲିକ କ˚ଗ୍ରେସ ଦଳ ସହ ତାଙ୍କର ଦୀର୍ଘ ବର୍ଷର ସଂପର୍କ ଛିନ୍ନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ବିଷୟ ଘୋଷଣା କରିବା ପାଇଁ ସେ ଖୁବ୍‌ଶୀଘ୍ର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେବେ ଆସନ୍ତା ୨୮ତାରିଖରେ ହେବାକୁ ଥିବା ବିଜେପିର ମିଶ୍ରଣ ପର୍ବରେ ସେ ମିଶୁଥିବା ପ୍ରଶ୍ନକୁ ଚତୁରତାର ସହ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର