ଭଦ୍ରକ ନାବାଳିକା ଦୁଷ୍କର୍ମ ମ‌ାମଲାର ମୁଖ୍ୟଅଭିଯୁକ୍ତ ଗିରଫ

ଭଦ୍ରକ : ଭଦ୍ରକ ଖପରପଦା ନାବାଳିକା ଦୁଷ୍କର୍ମ ମାମଲାରେ ଶେଷରେ ଗିରଫ ହୋଇଛି ଅଭିଯୁକ୍ତ । ନାବାଳିକାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀକୁ ବୁଧବାର ଗିରଫ କରିଛି ପୁଲିସ । ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜି ଖୋଜି ଧରିଛି ଭଦ୍ରକ ପୁଲିସ ।

ତେବେ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରି ତାକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା ଅଭିଯୁକ୍ତ । ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ। ଦୀର୍ଘ ୩ ମାସ ଧରି ଏମିତି ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ କରି ଆସୁଥିବା ଅଭିଯୁକ୍ତ ବିଚିତ୍ରକୁ ଗିରଫ କରିଛି ପୁଲିସ । ତେବେ ଖାଲି ନାବାଳିକାକୁ ନୁହେଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଉଥିଲା ବିଚିତ୍ର ।

ସମ୍ବନ୍ଧିତ ଖବର