ଅଲିଭ୍ ରିଡଲେ କଇଁଛଙ୍କ  ଆସିଲା ପ୍ରଜନନ ଋତୁ, ମେ  ପର୍ଯ୍ୟନ୍ତ ମାଛଧରା ଉପରେ ରୋକ୍, ଜଳଦସ୍ୟୁ ଓ ମଛ ମାଫିଆଙ୍କ  ଉପରେ  କୋଷ୍ଟଗାର୍ଡର କଡା ନଜର 

ଭଦ୍ରକ: ବିରଳ ଅଲିଭ୍ ରି‌ଡଲେ କଇଁଛଙ୍କ  ଏନ୍ତୁଡିଶାଳ ଭାବ‌େ  ବିଶ୍ବରେ ପ୍ରସିଦ୍ଧ  ଅର୍ଜନ  କରିଥିବା  ଧାମରା ଓ ଭିତରକନିକା ନକଟବର୍ତ୍ତୀ ସମୁଦ୍ର ଗର୍ଭର ଥିବା ଗହୀରମଥା ଅଞ୍ଚଳ ଏବେ କଟକଣା ଜୋନ୍ ଭାବେ ପରିଗଣିତ ହୋଇଛି। ସମୁଦ୍ରଗର୍ଭର ଏଇ ଅଞ୍ଚଳକୁ ଏବେ ନିଷିଦ୍ଧାଞ୍ଚଳ ଭାବେ ବିବେଚନାକ ରାଯାଇଛି। ଏଇ ଅଞ୍ଚଳକୁ ବିଶେଷକରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ମନା କରାଯାଇଛି। ମାଛ ଧରାଳୀଙ୍କ ପାର୍ଇ ଗତ ନଭେମ୍ବର ମାସ ୧ ତାରିଖଠାରୁ ରୋକ ଲାଗାଯାଇଛି। ଏଇ ରୋକ୍ ଆସନ୍ତା ମେ ମାସ ୩୧ ତା‌ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଇ ସମୟ ଭିତରେ ଅଲିଭ୍ ରିଡଲେ କଇଁଛମାନେ ଅଣ୍ଡା ଦେବା ପାଇଁ ଗହୀରମଥାକୁ ଆସିଥାନ୍ତି।

ଗହୀରମଥା ହେଉଛି ଉପଯୁକ୍ତ ଜଳବାୟୁ। ଯେଉଁଛି କଇଁଛମାନେ ଅଣ୍ଡା ଦେଇଥାନ୍ତି। ଏବେ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଗହୀରମଥା ସୁମୁଦ୍ରିକ ଅଭୟାରଣ୍ୟ ଓ ଧାମରା ମୁହାଁଣରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ  ପ୍ରାୟ ୧୬୦ କିଲୋମିଟର ସମୁଦ୍ର ଅଞ୍ଚଳକୁ ନିଷିଧ୍ୟାଞ୍ଚଳ ଭାବେ ରେଡ୍ ସିଙ୍ଗନାଲ ଦିଆଯାଇଛି। ଏଇ ୧୬୦ କିଲୋମିଟର ସମୁଦ୍ର ଅଞ୍ଚଳରେ ମାଛ ମାରିବା ପାଇଁ ଧୀବରମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ  ବାରଣ କରାଯାଇଛି। ନଭେମ୍ବର ୧ଠାରୁ ଆରମ୍ଭ ହୋଇ ୨୦୧୯ ମେ ୩୧ ତାରିଖ ଅର୍ଥାତ ଏଇ ୭ ମାସ ଗହୀରମଥାକୁ ମାଛ ଧରିବାକୁ ଯିବା ପାଇଁ ସବୁ ପ୍ରକାର କଟକଣା ଲାଗାଇ ଦିଆଯାଇଛି। ଗହରମଥା ସାମୁଦ୍ରୀକ ଅଭୟ‌ାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ନିଷେଧ୍ୟାଜ୍ଞା ରହିଥିବା ବେଳେ ଏହାକୁ ଅନେକ ସମୟରେ ମାଛ ଧରାଳୀମାନେ ନମାନି ଏଇ ନିଷେଧ୍ୟାଞ୍ଚଳକୁ ମାଛ ଧରିବାକୁ ପଳାଇ ଯାଆନ୍ତି। ଫଳରେ ଅଲିଭ ରିଡେଲ କଇଁଛ ଅଣ୍ଡା ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କର ଅଣ୍ଡା ଦେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। କଇଁଛ ପ୍ରଜନନ ଋତୂ ପାଇଁ  ଧାମରା ମୁହାଣ ଓଦେବୀ  ମୁହାଁଣ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଅଞ୍ଚଳରେ  ଧାମରା ମତ୍ସ୍ୟ ବିଭାଗ ନିଷେଧ୍ୟାଦେଶ ଦେଇଛନ୍ତି। ଏଇ ଅଞ୍ଚଳକୁ ମାଛ ଧରିବାକୁ ନଯିବା ପାଇଁ ମଧ୍ୟ ମତ୍ସ୍ୟ ବିଭାଗ ତାଗିଦ୍ କରିଛି। ଏଇ ଅଞ୍ଚଳରେ ଯନ୍ତ୍ର  ଚାଳିତ ଟ୍ରଲର,  ବୋଟ୍, ଭୁଟୁଭୁଟି ବନ୍ଦ କରାଯାଇଛି।

ଏଇ ବିରଳ ଜାତୀୟ କଇଁଛଙ୍କ  ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହୋଇ  ଧାମରା ନକଟସ୍ଥ  ସମୁଦ୍ର  ଗର୍ଭର ବାବୁବାଲି ଓ ଅଗରନାଶିରେ ଦୁଇଟି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସ୍ବତନ୍ତ୍ର ଅଫିସରଙ୍କୁ ନିୟୋଜିତ କରାଯାଇ ମାଛ ଧରାଳୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି।  ଏହା ବ୍ୟତୀତ ଏଇ  ସମୁଦ୍ର ଅଞ୍ଚଳର ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧ, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ-୨ ଓ ଷଣ୍ଢକୁଦ- ୨,  ହାୱାଖାନା, ରାମତାରା, ଓ ବନ୍ଦର ଆଦି ୧୪ଟି ଜାଗାରେ ଟର୍ଟଲ ‌ ପ୍ରୋଟେକ୍ସନ କ୍ୟାମ୍ପ ବା କଇଁଛ ସୁରକ୍ଷା କ୍ୟାମ୍ପ କରାଯାଇଛି। ୨ଟି ଅଫିସର କ୍ୟାମ୍ପରେ ୫ ଜଣଲେଖାଏଁ କର୍ମଚାରୀ ଡିଉଟି କରୁଛନ୍ତି।  ଅନ୍ୟ ୧୪ଟି ସାଧାରଣ କ୍ୟାମ୍ପରେ  ଜଣେ ଲେଖାଏଁ କର୍ମଚାରୀ ଡିଉଟି କରୁଛନ୍ତି।  ବାବୁବାଲି ଓ ଶାସନପେଟା ଅଞ୍ଚଳରେ  ଦୁଇଟି ସେକ୍ସନ ଏପିଆର ଫୋର୍ସ ମୁତୟନ କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଏଇ ସବୁ ଅଞ୍ଚଳରେ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର  ଗର୍ଭକୁ ପ୍ରବେଶ ନକରିପାରିବ । ସେ ଦିଗରେ ଅଧିକ ଯତ୍ନବାନ ରହିଥିବା ଜଣେ ପଦସ୍ତ ଅଧିକାରୀ ପ୍ରକାଶ କରିଛନ୍ତି।  

ଏଇ ଅଞ୍ଚଳରୁ ମଧ୍ୟ ପ୍ରତିବର୍ଷ ବିରଳ ଅଲିଭ ରିଡେଲ କଇଁଛକୁ କିଛି ଜଳଦସ୍ୟୁ ଓ  ମାଛମାଫିଆ କରାୟତ କରି ନିଅନ୍ତି। ଏମାନେ ଏଇ କଇଁଛକୁ ବାହାରେ  ଚୋରାରେ ବିକ୍ରୀ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା ଉଠାଇ ଥାଆନ୍ତି।  ତେଣୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କୁ ସାବାଡ କରିବା ପାଇଁ କୋଷ୍ଟ ଗାର୍ଡ, ମେରାଇନ୍ ପୁଲିସ୍, ମତ୍ସ୍ୟ ବିଭଗ ଓ ବନ ବିଭାଗର ମିଳିତ ଚଢାଉମଧ୍ୟ କରାଯିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।  ଦିନ ଓ ରାତି ପେଟ୍ରୋଲିଂ ସମୁଦ୍ର ଗର୍ଭରେ ହେ‌ବ। କୌଣସି ଜଳଦସ୍ୟୁଙ୍କୁ ଏଇ ଅଞ୍ଚଳକୁ ପ୍ରବେଶ କରିବାକୁ ଯେଭଳି ଦିଆନଯାଏ। ସେ ଦିଗରେ ଅଧିକ ଯତ୍ନବାନ ହେବାକୁ ସବୁ ବିଭାଗର  ଉଚ୍ଚ କତ୍ତୃର୍ପକ୍ଷ ତାଗିଦ୍ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତବର୍ଷ ଗହୀରମଥାରେ ବେଆଇନ ଟ୍ରଲର  ପ୍ରାୟ ୬୫ ଟି ଜବତି କରାଯାଇଥିବା ବେଳେ ୪୮୩ ଜଣ ମତ୍ସ୍ୟଜୀବୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଗତବର୍ଷ ଗହୀରମଥା ଉପକୂଳରେ  ୬ ଲକ୍ଷ ୬୫ ହଜାର କଇଁଛ ଅଣ୍ଡା ଦେଇଥିଲେ। ଏ ବର୍ଷ ଗହୀରମଥାକୁ ଅଧିକ ସଂଖ୍ୟକ କଇଁଛ କିଭଳି ଅଣ୍ଡା ଦେବାକୁ ଆସିବେ ସେଥିପାଇଁ ସବୁ ପ୍ରକାର ‌ପ୍ରସ୍ତୁତି କରାଯାଇଛି। କଇଁଛଙ୍କ ସୁରକ୍ଷା ପ୍ରତି ବିଶେଷକରି ମତ୍ସ୍ୟ ବିଭାଗ ଓ ବନ ବିଭାଗ ଅଧିକ ତତ୍ପର ହୋଇଛନ୍ତି। 

ସମ୍ବନ୍ଧିତ ଖବର