ଭଦ୍ରକ: ସିଠାଫଳ ପାଣି ପିଇ ଜଣେ ମୃତ, ଅନ୍ୟ ଜଣେ ଅସୁସ୍ଥ

ଭଦ୍ରକ: ଶୁକ୍ରବାର ସିଠାଫଳ ପାଣି ପିଇ ବାସୁଦେବପୁର ଥାନା ଅନ୍ତର୍ଗତ ବିନାୟକପୁର ଗାଁରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ସାଙ୍ଘାତିକ ଅସୁସ୍ଥ ହୋଇ ପଡ଼ିଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଜିତନ ମଳିକ। ଅସୁସ୍ଥ ହୋଇ ପଡ଼ିଥିବା ତାଙ୍କ ବଡ଼ଭାଇ ଅଗସ୍ତି ମଳିକଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

କାଛୁକୁଣ୍ଡିଆ ଭଲ ହେବା ପାଇଁ ସେମାନେ ସିଠାଫଳର ପାଣି ପିଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର