ଭଦ୍ରକ: ଡିଜେ ବାଜିବା କଥାରୁ ପୁଲିସ-ଜନତା ମାଡ଼ପିଟ୍‌; ତିନି ଆହତ

ଭଦ୍ରକ: ରବିବାର ରାତିରେ ଧାମନଗର ଅଞ୍ଚଳର ଚୂଡ଼ାକୁଟି ଦୋଳ ମେଲଣ ପଟୁଆରରେ ଡିଜେ ବଜିବା କଥାରୁ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ମାଡ଼ପିଟ୍‌ ଲାଗିବାରୁ ୩ ଜଣ ଲୋକ ଆହତ ହୋଇଛନ୍ତି।

ଶୋଭାଯାତ୍ରାରେ ବିନା ଅନୁମତିରେ ବାଜୁଥିବା ଡିଜେକୁ ବନ୍ଦ କରିବାକୁ ପୁଲିସ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ସହ ସେମାନଙ୍କର ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ ଠାରୁ ମାଡ଼ ଖାଇ ୩ ଜଣ ଲୋକ ଆହତ ହୋଇଛନ୍ତି। ଶୋଭାଯାତ୍ରାରେ ବ୍ୟବହୃତ ଦୁଇଟି ଡିଜେକୁ ପୁଲିସ ଜବତ କରିଛି।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର