ଦୁର୍ଘଟଣାରେ ଯୁବକ ମୃତ, ୪ ଆହତ

ଧାମରା: ବନ୍ଧୁର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ କନ୍ୟା ଘର ଠାରୁ ମାତ୍ର ୭୦୦ ମିଟର ଦୂରରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଧାମରା ଥାନା ଅଧୀନ କଇଥଖୋଲା ପ˚ଚାୟତର ଗୌରପ୍ରସାଦ ଗ୍ରାମର ବ୍ରଜକିଶୋର ବେହେରାଙ୍କ ପୁଅ ଉଜ୍ଜ୍ବଳ (୩୦) ନିଜର ଘନିଷ୍ଠ ବନ୍ଧୁର ବିବାହ ଉତ୍ସବରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଚ୍ୟାମପୁର ଥାନା ଅନ୍ତର୍ଗତ ବାଗନାମ ବେଲପୋଖରୀ ଗ୍ରାମକୁ ଯାଇଥିଲେ ା ତେବେ ସେ ବରଯାତ୍ରୀ ଯାଇଥିବା ବେଳେ କନ୍ୟାଘର ଠାରୁ ମାତ୍ର ୭୦୦ ମିଟର ପୁର୍ବରୁ ଉଜ୍ଜ୍ବଳ ଚଳାଉଥିବା ନିଜ ବୋଲେରା ଡବ୍ଲୁବି ୦୬-ଏମ ୧୦୯୭ ଏକ ଟର୍ଣ୍ଣିଂ ନିକଟରେ ଭାରସାମ୍ୟ ହରାଇ ଏକ ପୋଖରୀ ମଧୢକୁ ଓଲଟି ପଡିଥିଲା। ପଛରେ ଯାଉଥିବା ଅନ୍ୟ ବରଯାତ୍ରୀ ଗାଡି ଦୁର୍ଘଟଣା ସ୍ଥାନରେ ପହଁଚି ପୋଖରୀ ମଧ୍ୟରୁ ଉଜ୍ଜଳ ସହ ଅନ୍ୟ ୪ଜଣ ସାଙ୍ଗକୁ ଉଦ୍ଧାର କରିଥିଲେ ମଧୢ ଉଜ୍ଜ୍ବଳଙ୍କ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସିକ କରାଯାଇଥିଲା। ପରେ ତାଙ୍କୁ ହାୱାଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ା ସାଙ୍ଗ ବାହାଘର ଉତ୍ସବରେ ମଧୢସ୍ଥି ସାଜିଥିବା ସାଙ୍ଗର ଅକାଳ ମୃତ୍ୟୁକୁ ନେଇ ସମ୍ପୂର୍ଣ୍ଣ ବାହାଘର ଉତ୍ସବ ଫିକା ପଡିଯାଇଥିବା ବେଳେ ଉଜ୍ଜ୍ବଳର ନିଜ ଶଶୁରଘର ବେଲପୋଖରୀ ଗ୍ରାମ‌େର ଶୋକର ଛାୟା ଖଳେିଯାଇଥିଲା ା ନିଜ ଶଶୁର ଘର ଗ୍ରାମରେ ନିକ ସାଙ୍ଗକୁ ବିବାହ କରିବା ପାଇଁ ମଧୢସ୍ଥି ସାଜିଥିବା ଉଜ୍ଜ୍ବଳର ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରରେ ଉଜ୍ଜ୍ବଳର ମର ଶରୀର ନିଜ ଗ୍ରାମରେ ପହଁଚିବା ପରେ ଶୋକର ଛାୟା ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର