ଭଦ୍ରକରେ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ବିଶାଳ କଳସ ଶୋଭାଯାତ୍ରା

. ୫୦୦୮ କଳସ ଶୋଭାଯାତ୍ରାରେ ମହିଳା ଭକ୍ତ ସାମିଲ:. ଗେରୁଆମୟ ସହର, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ଉତ୍ସବ ଲାଗି ଆଜି ଅପରାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ଭକ୍ତମାନଙ୍କ ଦ୍ବାରା ୫୦୦୮ କଳସ ସହରର ସାହାପୁରସ୍ଥିତ ଦାଳନ୍ଦୀ ନଦୀର ପଞ୍ଚମୁଖୀ ହନୁମାନଘାଟରୁ ଉତ୍ତୋଳନ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ସହର କରିକ୍ରମା କରି ଗାନ୍ଧିପଡ଼ିଆକୁ ଆସିଥିଲେ। ଆଜି ସକାଳେ ଯଥାରୀତି ପୂଜାର୍ଚ୍ଚନା କରାଯାଇ ଗାନ୍ଧି ପଡ଼ିଆରୁ ହଜାର ହଜାର ଶ୍ରୀରାମ ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପବିତ୍ର ସାଳନ୍ଦୀ ଘାଟରୁ କଳସ ବୁଡ଼ାଯାଇ ଶୋଭାଯାତ୍ରାରେ ଭକ୍ତମାନେ ଜୟ ଶ୍ରୀରାମ ଧ୍ବନିଦେଇ ସହର ପରିକ୍ରମା କରିବା ପରେ ଗାନ୍ଧିପଡ଼ିଆକୁ ଆସି ଶ୍ରୀରାମ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ମହାଯଜ୍ଞ ଉତ୍ସବରେ ବିଭିନ୍ନ ରାଜ୍ୟରୁ ସାଧୁସନ୍ଥ ଯୋଗଦେଇ ଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀରାମ ମହାଯଜ୍ଞ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ରାୟରାମାନନ୍ଦ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। କଳସ ଶୋଭାଯାତ୍ରାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବିଜେପି ନେତା ଡା. ପ୍ରଦୀପ ନାୟକ, ବଦ୍ରୀନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ମହାଯଜ୍ଞ କମିଟିର ସଂପାଦକ ଶରତ ପଢ଼ିହାରୀ, କାର୍ଯ୍ୟକାରୀ ସଭାପତି ନିଲୁ ସେନାପତି, ନିଲୁ ସାହୁ, ତପନ ମହାନ୍ତି, କୁନା ବିଶ୍ବାଳ, ସ୍ବାଧୀନ ସୁନ୍ଦର ଦାସ, ବିଜୟ ନାୟକ, ଗୋବିନ୍ଦ ସାହୁ, ବିଦ୍ୟାଧର ସାହୁ, ସୁରେଶ ସାମଲ, ଅମ୍ବିକା ଦାସ, ଘାଉଲି ଯେନା, ଲାଲା ଧୀରଂଜନ ରାୟ, ନାରାୟଣ ସେନାପତି, ଉତ୍ତମ ପାତ୍ର, ମନସ୍ମିତା ଖୁଣ୍ଟିଆ, ବାବୁ ଖୁଣ୍ଟିଆ, ସନାତନ ସାହୁ, ରଘୁନାଥ ସାହୁ, ଶୁଭଙ୍କର ମହାପାତ୍ର, ସୁବ୍ରତ ନାୟକ, ଅନିଲ ନାୟକ, ପୂର୍ଣ୍ଣ ସାମଲ, ପ୍ରଭାତ ଜେନା, ସପନ ଦାସ, ମଦନ ମୋହନ ମହନ୍ତ, ପୁରଜିତ ମୁନି, ଉର୍ମିଳା ସାହୁ, ସୁକାନ୍ତି ମିଶ୍ର, କଳ୍ପନା ଲେଙ୍କା, ଭାରତୀ ବିଶ୍ବାଳ, ଉର୍ମିଳା ସେଠୀ, ନବନୀତା ନାୟକ, ତପସ୍ବିନୀ ନାୟକ, ଜୟସ୍ମିତା ଗୋଚ୍ଛାୟତ, ଅମରେଶ ନାୟକ ପ୍ରମୁଖ ଯୋଗଦେଇଥିଲେ। ଶୋଭାଯାତ୍ରା ପାଇଁ ସାରା ସହର ଗେରୁଆମୟ ହୋଇଯାଇଥିଲା। ଜୟ ଶ୍ରୀରାମ ଧ୍ବନିରେ କମ୍ପି ଉଠିଥିଲା ସହର। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି।

ସମ୍ବନ୍ଧିତ ଖବର