ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି ସ୍କୋର୍ପିଓ ଗାଡି ସହ ୨୧ଟି ବ୍ୟାଟେରି ଜବତ

ଚାନ୍ଦବାଲି ଗତକାଲି ବିଳମ୍ବିତ ରାତିରେ ବାଂଶଡା ଥାନା ଅଧିକାରୀ ରମେଶ ସିଂ ସଦଳେବଳେ ପାଟ୍ରୋଲିଂ କରୁଥିବା ବେଳେ ଜଲେଶ୍ବରପୁର ବଇଦପୋଖରୀ ନିକଟରେ ଥିବା ଏକ ମୋବାଇଲ ଟାୱାରରୁ କେତେକ ଚୋର ବ୍ୟାଟେରି ଖୋଲି ନେଉଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ବିଲ ମଧ୍ୟରେ ଉଭାନ ହୋଇଯାଇଥିଲେ। ଜଣେ ଚୋର ଦୈାଡ଼ି ପଳାଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ଧରାପଡ଼ିଥିବା ଚୋର ଜଣଙ୍କ ହେଉଛନ୍ତି ଧାମନଗର ଅଂଚଳର ସେକ କଲିମ ଖାଁ। ପୁଲିସ ପଚରା ଉଚରା କରିବାରେ ଏକ ସ୍କୋର୍ପିଓ ଗାଡି ଭର୍ତ୍ତି ପାଖାପାଖି ୨୧ଗୋଟି ବ୍ୟା‌େଟରି ଚୋରି ହୋଇଥିବା ଜଣାପଡିଥିଲା। ଘଟଣା ସ୍ଥଳରୁ ୪ଜଣ ଖସି ପଳାଇଥିବା ବେଳେ ଧାମନଗର ଅଂଚଳର ସେକ କଲିମ ଖାଁକୁ ଗିରଫ କରାଯାଇଛି। ସେକ କଲିମ ଖାଁ ଥାନାକୁ ଆଣିଥିବା ୨୧ଟି ବ୍ୟାଟେରୀ ଓ ସ୍କୋର୍ପିଓ ଗାଡ଼ିକୁ ଜବତ କରିଥିଲେ। ଗାଡ଼ିରେ ନକଲି ନମ୍ବର ପ୍ଲେଟ ଲଗାଯାଇଥିବା ତଦନ୍ତରୁ ଜଣାଯାଇଛି।

ସମ୍ବନ୍ଧିତ ଖବର