ଭଦ୍ରକ: ପଡ଼ିଆରେ ମଲାଗୋରୁ ଫିଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା

ଭଦ୍ରକ: ଭଦ୍ରକ ବ୍ଲକ୍‌ ଏରେଇ ପଞ୍ଚାୟତର କାଠୁଆସାହି ନିକଟସ୍ଥ ପଡ଼ିଆରେ ମଲାଗୋରୁ ଫିଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଯାଇଛି।

ସୂଚନାଯୋଗ୍ୟ, ଏକ ବେଆଇନ ଗୋରୁ ଟ୍ରକ୍‌ରେ ମଲାଗୋରୁ ଅଣାଯାଇ ଏହି ସ୍ଥାନରେ ଫିଙ୍ଗୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଟ୍ରକ୍‌କୁ ଅଟକ ରଖିବା ପରେ କିଛି ଗୋରୁ ଦଲାଲ ପହଞ୍ଚି ଟ୍ରକ ଛାଡ଼ିବାକୁ କହିଥିଲେ। ଗ୍ରାମବାସୀ ପୁଲିସ ଆସିଲେ ଛଡାଯିବ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଖବରପାଇ ଘଟଣାସ୍ଥଳରେ ଉଭୟ ଗ୍ରାମାଞ୍ଚଳ ଓ ପୁରୁଣାବଜାର ପୁଲିସ ପହଞ୍ଚି ସମାଧାନ କରିଛନ୍ତି। ମଲାଗୋରୁଗୁଡ଼ିକୁ ଜେସିବି ଦ୍ୱାରା ପୋତିଥିବା ବେଳେ ୧୨୦ (ବି) ଆଧାରରେ କେଶ ରୁଜୁକରି ଟ୍ରକ୍‌କୁ ଥାନାରେ ଅଟକ ରଖିଛି। ତେବେ ପୂର୍ବରୁ ବହୁବାର ଏହି ସ୍ଥାନରେ ମଲାଗୋରୁ ପଡ଼ିବା ଓ ସେଥିପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର