ଚାନ୍ଦବାଲିରେ କାଳବୈଶାଖୀ: ୪୫ରୁ ଉର୍ଦ୍ଧ୍ୱ ଚାଳଛପର ଘର ଉଡ଼ିଗଲା

କାନ୍ଥପଡ଼ି ବାଛୁରୀ ମୃତ, ଇଲେକ୍ଟ୍ରି ଟାନ୍ସଫର ଉପୁଡ଼ିଗଲା

0 202

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରବିବାର ଅପରାହ୍ନ ୪ଟାରେ କାଳ ବୈଶାଖୀ ଫଳରେ ଚାନ୍ଦବାଲିରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ଚଡଚଡ଼ିରେ ପ୍ରକମ୍ପିତ ହେଲା ଚାନ୍ଦବାଲି ସାରା ଅଂଚଳ। ନୟାପାଟଣା ଗାଁର କୃଷ୍ଣ ଦାସଙ୍କ ଆଜବେଷ୍ଟ ଛପର ଘର ସମ୍ପୂଣ୍ଣ ଭାଙ୍ଗିଯାଇଥିବା ବେଳେ ଘରର ଉପରେ ଇଟାକାନ୍ଥ ମଧ୍ୟ ଭାଙ୍ଗି ଖସିପଡ଼ିବା ଫଳରେ ଘର ମଧ୍ୟରେ ଥିବା ଅସବାବପତ୍ର ଭାଙ୍ଗିରୁଜି ଯାଇଛି। ବର୍ଷାରୁ ରକ୍ଷା ପାଇବା ପାଇଁ ଘର ମଧ୍ୟକୁ ଦୈାଡ଼ି ଆସିଥିବା ବେଳେ ବର୍ଷା ପବନରେ ଘର ଛପର ଉଡ଼ିଯିବା ଫଳରେ ଅଳ୍ପକେ ରକ୍ଷା ପାଇଥିଲେ। ପବନର ବେଗ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ ୨ ମିନିଟ୍‌ ମଧ୍ୟରେ ସବୁକିଛି ଓଲଟ ପାଲଟ କରିଦେଇଥିଲା।

ଏକ ବୃହତ ବଟବୃକ୍ଷ ଉପୁଡ଼ି ପଡ଼ିଥିବା ବେଳେ ଇଲେକ୍ଟ୍ରି ଷ୍ଟକ୍ଚର ଅଫିସ ଗୃହ ଝରକା ଓ ଏକ ଆଜବେଷ୍ଟ ଘର ଭାଙ୍ଗିଯାଇଛି। ସେହି ପରି ସେହି ଗାଁର ଚକ୍ରଧର ବେହେରାଙ୍କ ଚାଳ ଛପର ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଘର ପାଖରେ ଛିଡ଼ା ହୋଇଥିବା ବାଛୁରୀ ଉପରେ ଘର ଓଲଟି ପଡ଼ିବାରୁ ବାଛୁରୀର ମୃତ୍ୟୁ ହୋଇଛି।

ଜଳେଶ୍ୱରପୁର ପଂଚାୟତରେ କାଳବୈଶାଖିରେ ବ୍ୟାପକ କ୍ଷତି ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ପରିବାରଙ୍କ ଚାଳଛପର ଘର ସମ୍ପୁର୍ଣ୍ଣ ଉଡ଼ିଯାଇ ବ୍ୟାପକ କ୍ଷତି ହୋଇଥିବା ବେଳେ ଗାଁ ମଧ୍ୟରେ ବସାଯାଇଥିବା ଏକ ୧୬କେଭି ବିଦ୍ୟୁତ ଟ୍ରାନ୍ସଫରମର ଉପୁଡ଼ିଯାଇଛି। ତେବେ ଗାଁର ଦୈତ୍ୟାରୀ ମହାଳିକ, ଘନଶ୍ୟାମ ମହାଳିକ, ଅଲେଖ ମହାଳିକ, ଭାଷ୍କର ମହାଳିକ, ବାବାଜୀ ମହାଳିକ, କାଳନ୍ଦୀ ମହାଳିକ, ବୀରେନ ଦାସ, ବିରାଟ ମହାଳିକ ପ୍ରମୁଖଙ୍କ ୨୦ରୁ ଉର୍ଦ୍ଧ୍ୱ ଘରର ଚାଳଛପର ସମ୍ପୂର୍ଣ ଉଡ଼ିଯାଇଛି। ସେହିପରି ମତୋ ମାଳବାଡ଼ ଗାଁର ଗଛ ଡ଼ାଳପଡ଼ି ଜଣଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

ନଳଗୋହୀରା, ଚରର୍ଦିଆ ଅଂଚଳରେ କାଳବୈଶାଖୀ ଫଳରେ ବ୍ୟାପକ କ୍ଷୟ ହୋଇଥିବା ବେଳେ ନରେନ୍ଦ୍ରପୁର ମାଝୀ ସାହୀରେ କାଳବୈଶାଖୀରେ ୧୫ରୁ ଉର୍ଦ୍ଧ୍ୱ ଚାଳଛପର ଘର ପବନରେ ଉଡ଼ିଯାଇଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ଫଳରେ ଘର ମଧ୍ୟରେ ସାଇତି ରଖାଯାଇଥିବା ଧାନ ଚାଉଳ, ବହିଖାତା, ଯାବତୀୟ ଆସବାବପତ୍ର ନଷ୍ଠ ହୋଇଯାଇଥିବା ଅଭିଯୋଗ ହୋଇଛି। ନରେନ୍ଦ୍ରପୁର ମାଝୀସାହୀରେ କ୍ଷତିଗ୍ରସ୍ତ ପରିବାରଙ୍କ କହିବା କଥା ହଠାତ ସୁସୁ ଗର୍ଜନ କରି ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା ଗାଁର ଘରଦ୍ୱାର ସମେତ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପ଼ଡ଼ିଛି। ମାଝୀସାହୀର ବେଣୁ ମାଝୀ, ନିରନ ମାଝୀ, ପରୀକ୍ଷିତ ବେହେରା, ଅମର ମାଝୀ, ବିଚିତ୍ର ସୁତାର, ଗୋପବନ୍ଧୁ ମାଝୀ, ନରେନ୍ଦ୍ର ମାଝୀ, ଅଭୟମାଝୀ, ଭରତ ମାଝୀଙ୍କର ବେଶି କ୍ଷତି ହୋଇଥିବା ଜଣାପଡ଼ିଛି।

ଧାମରା ଅଂଚଳରେ କାଳବୈଶାଖିରେ କ୍ଷତି ହୋଇଥିବା ବେଳେ ଚାଳଛପର ଘର ଉଡ଼ିଯାଇଥିବା ଅଭିଯୋଗ ହୋଇଛି। ତେବେ ଏସବୁର କ୍ଷୟକ୍ଷତି ଆକଳନ କରି ସରକାରୀ ସୁବିଧା ଯୋଗାଇଦେବାପାଇଁ ଦାବୀ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.