ଭଦ୍ରକ: ୫୦ ଲିଟର ଦେଶୀ ମଦ-ବାଇକ ଜବତ, ୨ ଅଟକ

ଭଦ୍ରକ: ପୁରୁଣା ବଜାର ଥାନା ପୁଲିସ ଚଢ଼ାଉ କରି ବୁଧବାର ୫୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ପୁରୁଣା ବଜାର ଅଞ୍ଚଳରେ ୨ଜଣ ଲୋକଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ପୁରୁଣା ବଜାରରେ ଏକ ନିଦ୍ଦିଷ୍ଟ ଘରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ପାଇଁ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏକ ଘର ଭିତରୁ ୫୦ ଲିଟର ଦେଶୀ ମଦ ଓ ମଦ ବ୍ୟବସାୟରେ ବ୍ୟବହାର ହୋଇଥିବା ଏକ ବାଇକ୍‌ ଜବତ କରିଛି। ପୁଲିସକୁ ମିଳିଥିବା ସୂଚନା ଅନୁସାରେ ମଦ ବେପାରୀମାନେ ବାହାରୁ ଆଣି ଏହାକୁ ବିକ୍ରି କରୁଛନ୍ତି।

ସୂଚନାଯୋଗ୍ୟ ପୁରୁଣା ବଜାର ହେଉଛି ନିଶା କାରବାରର ପେଣ୍ଠସ୍ଥଳୀ। ଏହି ଅଞ୍ଚଳରେ ୩ ଦିନ ତଳେ ଏକ ନକଲି ଜରଦା କାରଖାନା ଠାବ ହୋଇଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ପୁରୁଣା ବଜାର ଅଞ୍ଚଳରେ ବିଭିନ୍ନ ସମୟରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ନିଶା ଦ୍ରବ୍ୟ ଜବତ କରାଯାଉଛି। ନିଶା କାରବାର ସହିତ ଜଡ଼ିତ ଲୋକଙ୍କୁ ଗିରଫ କରାଯାଉଛି, ତଥାପି ଏହା କମୁ ନାହିଁ।

ସମ୍ବନ୍ଧିତ ଖବର