ଭଦ୍ରକ: ବସ୍ତା ବିଡିଓଙ୍କ ଗାଡ଼ି ଭାଙ୍ଗିଲେ ଭାଜପା କର୍ମୀ

ପିସି କାରବାର ଓ ଦୁର୍ନୀତି ବିରୋଧରେ ବସ୍ତା ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା

ଭଦ୍ରକ: ସରକାରୀ କାମରେ ପିସି କାରବାର ଓ ବ୍ଲକ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ନେଇ ବୁଧବାର ବସ୍ତା ବ୍ଲକ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପୂର୍ବରୁ ଭାଜପା କର୍ମୀମାନେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ବସ୍ତା ବିଧାୟକ ମହେଶ ଚୌଧୁରୀଙ୍କ କାରକୁ ମଧ୍ୟ ଭାଙ୍ଗିଛନ୍ତି।

ସମ୍ବନ୍ଧିତ ଖବର