ଭଦ୍ରକ: କୋ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ, ଏମିତି ରହିଛି ସଂପତ୍ତି

ଭଦ୍ରକ: ଆୟବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ମଙ୍ଗଳବାର ଭଦ୍ରକ ଜିଲ୍ଲା କେ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଚଢ଼ାଉ କରିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।

ବ୍ୟାଙ୍କର ମ୍ୟାନେଜର ଅଜିତ ହୋତାଙ୍କ ନାଁରେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱରରୁ ୨ଟି ସ୍ୱତନ୍ତ୍ର ଟିମ ଭଦ୍ରକ ଆସିଥିଲେ। ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀସ୍ଥିତ ଅଜିତଙ୍କ ପୈତୃକ ନିବାସ, ଭଦ୍ରକ ସହରର ମଠସାହିସ୍ଥିତ ନିବାସ, ଭଦ୍ରକ ସହର ନିକଟସ୍ଥ ନଳାଙ୍ଗ ଠାରେ ଘର ଉପରେ ଚଢ଼ାଉ ଆରମ୍ଭ ହୋଇଥିଲା।

ତାଙ୍କର ୩ଟି ସ୍ଥାନରେ ଥିବା ଘର ଓ ଭଦ୍ରକର ଅସ୍ଥଳସ୍ଥିତ କୋ-ଅପରେଟିଭ ବ୍ୟାଙ୍କ ଅଫିସରେ ଚଢ଼ାଉ କରାଯାଇଥିଲା। ଏକକାଳୀନ ୪ଟି ସ୍ଥାରେ ଏହି ଚଢାଉ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୪ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ବଣ୍ଡ, ୧୦ଟି ରୁ ଉର୍ଦ୍ଧ୍ୱ ଏଲ୍‌ଆଇସି ପଲିସି, ନଗର ୨ ଲକ୍ଷ ୭୫ ହଜାର ଟଙ୍କା, ବହୁ ପରିମାଣରେ ସୁନାଗହଣା, ଯାନବାହାନ, ଅତି ଉଚ୍ଚମାନର ଆସବାପତ୍ର ମିଳିଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଭିଜିଲାନ୍ସର ଉଚ୍ଚ କୃର୍ତ୍ତୃପକ୍ଷ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର