ଦଳୀୟ ସଭାରେ ବିଧାୟକଙ୍କୁ ବିରୋଧ କଲେ ଗ୍ରାମବାସୀ

ଧାମରା: ଭୂମିହୀନଙ୍କୁ ଜମିପଟ୍ଟା ଓ ଗ୍ରାମକୁ ପକ୍କା ସଡକ ଯୋଗାଇ ଦେବାକୁ ବିଧାୟକ ଦେଇଥିବା ପ୍ରତିଶ୍ରୁତିକୁ ୫ ବର୍ଷ ବିତିଲା। ପ୍ରତିଶ୍ରୁତି ତ ପୂରଣ ହେଲାନି ବରଂ ଏହି ଅଞ୍ଚଳକୁ ଦିନେ ବି ବିଧାୟକଙ୍କର ପାଦ ପଡି ନ ଥିଲା। ଗତକାଲି ଭୋଟ ପ୍ରଚାରରେ ଆସିଥିବା ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କୁ ଦୋସିଙ୍ଗା ପଞ୍ଚାୟତର ଦଳୀୟ ସଭାରେ ଜ୍ୟୋତ୍ସାମୟୀ ଗ୍ରାମବାସୀ ବିଭିନ୍ନ ପ୍ରଶ୍ନ କରି ବିରୋଧ କରିଥିଲେ।
ଚାନ୍ଦବାଲି ବ୍ଲକ ଧାମରାର ୫ନ˚ ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ ବିଚ୍ଛିନ୍ନାଚ˚ଳ ଭାବେ ସବୁବେଳେ ଅବହେଳିତ ହୋଇ ରହିଛି। ରୋଜଗାରର ସବୁ ବ୍ୟବସ୍ଥା ଥାଇ ମଧୢ ଏଠିକାର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ବନ୍ୟା, ବାତ୍ୟା ଓ ସାମୁଦ୍ରିକ ଜୁଆର ଅ˚ଚଳବାସୀଙ୍କ ଦୁଃଖ ପାଲଟିଥିବା ବେଳେ ଗତ କିଛି ବର୍ଷ ଧରି ଜାଗୁଳା ଓ ଦୋସିଙ୍ଗା ପ˚ଚାୟତର ଦେଇ ଯାଇଥିବା କାଳନାଳୀ ଯୋର ଦୁଇ ପଞ୍ଚାୟତର ଭୂମିହୀନଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି ା ଗତ ବର୍ଷ ଲଗାଣ ବର୍ଷା ଓ ସାମୁଦ୍ରିକ ଜୁଆରରରେ ଜାଗୁଳା ପଞ୍ଚାୟତର ଜୟଦୁର୍ଗାପାଟଣା ଓ ଦୋସିଙ୍ଗା ପଞ୍ଚାୟତର ବିଦ୍ୟୁତ୍‌ପ୍ରଭା ଗ୍ରାମର ବହୁ ଲୋକଙ୍କ ଘର ନଦୀରେ ଭାସି ଯାଇଥିଲା। ଏହି ଦୁଇ ଗ୍ରାମରେ ବାସ କରୁଥିବା ଭୂମିହୀନଙ୍କୁ ଜମିପଟ୍ଟା ଓ ଗ୍ରାମକୁ ଭଲ ପାଦ ଚଲା ରାସ୍ତାଟିଏ ଯୋଗାଇ ଦେବା ସହ ଯୋର କଡେ କଡେ ପଥର ପ୍ୟାକିଂ କରିବା ପାଇଁ ବିଧାୟକ ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିଲେ ା ବିଧାୟକଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ଦୁଇ ଗ୍ରାମର ଲୋକେ ବିଧାୟକଙ୍କୁ ଭୋଟ ଦେଇଥିଲେ। ହେଲେ ନିର୍ବାଚନ ପରେ ବିଧାୟକ ଏହି ଗ୍ରାମକୁ ଥରେ ହେଲେ ବି ଆସି ନ ଥିବା ବେଳେ ପୁଣି ନିର୍ବାଚନ ବେଳେ ଭୋଟ ପାଇଁ ଦଳୀୟ ସଭାରେ ଯୋଗ ଦେବାକୁ ଆସିବା ସମୟରେ ବିଧାୟକଙ୍କୁ ଗ୍ରାମର ଲୋକମାନେ ବିରୋଧ କରିଥିଲେ ା ବିଧାୟକ ମଧ୍ୟ ୮ ପଞ୍ଚାୟତବାସୀଙ୍କୁ ଅବହେଳା କରିଥିବା ସ୍ବୀକାର କରିଥିଲେ ା ତେବେ ଲୋକମାନଙ୍କର ସମସ୍ୟା ପ୍ରତି ସଜାଗ ରହିବେ ବୋଲି କହିଥିଲେ ା

ସମ୍ବନ୍ଧିତ ଖବର