ପୋଷ୍ଟର ମାରି ଜାନୁଆରି ୩୧ରେ ଭାରତ ବନ୍ଦ ଡକରା ଦେଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବଦଳା ଥାନା ଅନ୍ତର୍ଗତ ବେଲଘର ରାସ୍ତାର ଜନାବାଲି ନିକଟରେ ମଙ୍ଗଳବାର ମାଓବାଦୀ ଏକ ଗଛରେ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି। ମାଓବାଦୀଙ୍କ ଏହି ପୋଷ୍ଟର ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ନାମରେ ଲଗାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ମାଓବାଦୀ ଏଥିରେ ଓଡ଼ିଶାରେ ଜାରି ଫାଶିବାଦୀ ଘେରାଉ ଦମନ ସମାଧାନ ଅଭିଯାନକୁ ବିରୋଧ କରି ଜାନୁଆରି ୨୫ ରୁ ୩୦ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ୩୧ ତାରିଖକୁ ଭାରତ ବନ୍ଦର ଆହ୍ଵାନ୍‌ ଦେଇଛନ୍ତି। ବାଶଧାରା, ଘୁମୁସର, ଓ ନାଗାବଳୀର ଡ଼ିଭିଜନ ଏହି ପୋଷ୍ଟରରେ ପ୍ରତିବିପ୍ଲବୀ ସଂଗ୍ରାମ ରାଜନୈତିକ ଆକ୍ରମଣକୁ ବିରୋଧ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ମାଓବାଦୀ ଏହି ପୋଷ୍ଟର ମାରିବା ଖବର ପାଇବା ପରେ ଘଟଣା ସ୍ଥଳରେ ଅମ୍ବାଦଳା ପୁଲିସ ପହଞ୍ଚି ପୋଷ୍ଟର ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର