ବାଲେଶ୍ୱର: ଗୁରୁବାର ଭୁବନେଶ୍ୱରର ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବାଲେଶ୍ୱରସ୍ଥିତ ବାଲେଶ୍ୱର ମେରାଇନ ଓ ଆଲାସର ମେରାଇନର ମାଲିକଙ୍କ ଘର ଓ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ପ୍ରାୟ ୪୫ ରୁ ଅଧିକ ଅଧିକାରୀ ନିୟୋଜିତ ଅଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ମେରାଇନ ଓ ଆଲାସର ମେରାଇନ ନାମକ ଦୁଇଟି କମ୍ପାନି ମୋଟା ଅଙ୍କର ଟିକସ ଫାଙ୍କୁଥିବା ଆୟକର ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିଲା। ତେବେ ବାଲେଶ୍ୱର ମେରାଇନ ମନୋରଞ୍ଜନ ପଣ୍ଡା ଓ ଜ୍ଞାନରଞ୍ଜନ ଦାସଙ୍କ ମାଲିକାନାରେ ଥିବା ବେଳେ ଆଲାସର ମେରାଇନର ମାଲିକ ମଧୁସୂଦନ ଦାସ ଓ ଜ୍ଞାନରଞ୍ଜନ ଦାସଙ୍କ ମାଲିକାନାରେ ରହିଛି।
ଦୁଇଟି ଯାକ କମ୍ପାନିରେ ଜ୍ଞାନରଞ୍ଜନ ଦାସଙ୍କ ମାଲିକାନା ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତଦନ୍ତ ଚାଲୁଥିବାରୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଚାନ୍ଦିପୁର ନାଓପାଳ ଗଡି, ମଠାସାହି ସ୍ଥିତ ଘର, ସମନାଥପୁର କାରଖାନା, ସହରରେ ଥିବା କାର୍ଯ୍ୟାଳୟ, ସମ୍ବଲପୁରରେ ଥିବା ଭଉଣୀଙ୍କ ଘର ଏମିତି ମୋଟ ୯ ଟି ସ୍ଥାନରେ ଆଜି ଆୟକର ବିଭାଗ ଚଢ଼ାଉ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Income-Tax-Baleswar-27_Thumb.jpg)