ପଞ୍ଚାୟତିରାଜ୍‌ ଦିବସ ପାଳିତ : ବିଜୁ ବାବୁ ଥିଲେ ପ୍ରବାଦ ପୁରୁଷ, ଓଡିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ

ଲକ୍ଷ୍ମୀପୁର: ବିଜୁ ବାବୁ ଥିଲେ ପ୍ରବାଦ ପୁରୁଷ। ଓଡିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ମହିଳା ମାନଙ୍କ ସଂରକ୍ଷଣ ବ୍ୟବସ୍ଥା, ପଞ୍ଚାୟତିରାଜ୍‌ ବ୍ୟବସ୍ଥା ହେଉ ଅବା ଓଡିଶାର ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ପର୍ଯ୍ୟନ୍ତ ସଂପ୍ରସାରଣ କରିବା ତାଙ୍କର ସବୁଠାରୁ ଅତୁଳନୀୟ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ପଞ୍ଚାୟତ ସମିତି ପରିସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ତଥା ପଞ୍ଚାୟତିରାଜ୍‌ ଦିବସ ଅବସରରେ ଅତିଥିମାନେ ମଙ୍ଗଳବାର କହିଛନ୍ତି, ପଞ୍ଚାୟତିରାଜ୍‌ ବ୍ୟବସ୍ଥାରେ ତାଙ୍କ ଯୋଗୁଁ ଅନେକ ପରିବର୍ତ୍ତନ ହୋଇଯାଇଛି ବୋଲି ଉପସ୍ଥିତି ଅତିଥି ପ୍ରକାଶ କରିଥିଲୋ ଓଡିଶାର ବିକାଶ ସକାଶେ ଶିଳ୍ପର ବୃଦ୍ଧି ହେଉ ଅବା ବେରୋଜଗାରୀ ଦୂରିକରଣ, ଏପରିକି ଆଦିବାସୀ ମାନଙ୍କ ହକ୍‌ ସକାଶେ ମଧ୍ୟ ସେ ଲଢେଇ କରିଥିଲେ। ରାଜ୍ୟରେ ଶିକ୍ଷାର ବିକାଶ ସକାଶେ ସବୁବେଳେ ଗୁରୁତ୍ୱ ଦେଇ ଆସିଥିଲେ ବୋଲି ମତ୍ତପ୍ରକାଶ ପାଇଛିା

ବିଡିଓ ବେଣୁଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଡିଓ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ, କୋଅପରେଟିଭ୍‌ ସୋସାଇଟି ନିର୍ଦ୍ଦେଶକ ରାଧେଶ୍ୟାମ ଜାନି, ମଙ୍ଗଲ ସଂପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲୋ

କାର୍ଯ୍ୟକ୍ରମରେ ଶତାଧିକ ମହିଳା ମାନେ ଯୋଗଦେଇଥିଲୋ କାର୍ଯ୍ୟକ୍ରମକୁ ବ୍ଲକ ବିଏସଏସଓ କାର୍ତିକ ପାଢୀ, ଜିପିଇଓ ଏସ୍‌ଭିଏସ୍‌ ଶର୍ମା ପରିଚାଳନା କରିଥିଲୋ କୁଟିଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ନିରୁପମା ୱାଡେକା, ପିଇଓ ପୁରୁଷୋତ୍ତମ ଗୌଡ, ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଉତ୍ତମେ ହୁଇକା, ପିଇଓ ଶ୍ରୀନିବାସ୍‌ ପଟ୍ଟନାୟକଙ୍କ ସମେତ ପଞ୍ଚାୟତର ଅନେକ ଲୋକଙ୍କ ଉପସ୍ଥିତିରେ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ସହ ପୂଜା କରାଯାଇ ପଞ୍ଚାୟତ ରାଜ୍‌ଦିବସ ପାଳନ କରାଯାଇଥିଲାା

ସମ୍ବନ୍ଧିତ ଖବର