ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା: ୨ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବିରିଶୋଲା ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକ ଓ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ହସ୍‌ପିଟାଲକୁ ଅଣାଯାଇଥିଲା।

ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଗୋଟିଏ ବାଇକ୍‌ ଡାବୁଗାଁରୁ ନବରଙ୍ଗପୁର ଯାଉଥିବା ବେଳେ ଅନ୍ୟ ବାଇକ୍‌ଟି ନବରଙ୍ଗପୁରରୁ ଡାବୁଗାଁ ଅଭିମୁଖେ ଯାଉଥିଲା। ଏହି ସମୟରେ ବିରିଶୋଲା ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇଟି ବାଇକ୍‌ର ବେଗ ଅଧିକ ଥିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ପାରି ଗାଡ଼ିରୁ ଛିଟିକି ପଡ଼ିଥିଲେ।

ସମ୍ବନ୍ଧିତ ଖବର