ଚାନ୍ଦବାଲି: ରାଜପଥରେ ୧୧ କେଭି ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ବାଇକ ଆରୋହୀ ମୃତ

ଚାନ୍ଦବାଲି: ଆଜି ସକାଳେ ଚାନ୍ଦବାଲିରୁ ଭଦ୍ରକ କାଠ କାମ କରିବାକୁ ବାଇକରେ ଯାଉଥିବା ବେଳେ ଭଦ୍ରକ ଚାନ୍ଦବାଲି ରାସ୍ତାର ପାଣିକୋଇଲି ନିକଟସ୍ଥ ପାଣିକୋଇଲି ଛକରେ ୧୧ କେଭି ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ଘଟଣାସ୍ଥଳରେ ବାଇକଆରୋହୀଙ୍କର ମୃତ୍ୟୁ ଘଟିଛି। ବାଇକରେ ବସିଥିବା ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହିତ ଏହି ବିଦ୍ୟୁତ ତାର ସମସ୍ୟାର ସ୍ଥାନୀୟ ସମାଧାନ ଦାବି କରି ଲୋକେ ଭଦ୍ରକ- ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ପଞ୍ଚୁଟିକିରି ନଈକୂଳସାହି ଗ୍ରାମର ହରିହର ବିଶ୍ୱାଳଙ୍କ ପୁଅ ଶାନ୍ତନୁ ବିଶ୍ୱାଳ( ୪୦ ବର୍ଷ) ଜଣେ କାଠ ମସ୍ତ୍ରୀ ଭାବେ ଭଦ୍ରକ ଅଞ୍ଚଳରେ କାଯ୍ୟ କରନ୍ତି। ଆଜି ସକାଳେ ସେ କାମ କରିବାକୁ ଭଦ୍ରକ ଯାଉଥିବା ବେଳେ ରାଜପଥ ଉପରେ ଯାଇଥିବା ୧୧ କେଭି ତାର ଛିଡ଼ି ତାଙ୍କ ବାଇକ ଉପରେ ପଡ଼ିଥିଲା। ଫଳରେ ସେ ବିଦ୍ୟୁତ ତାରରେ ଛନ୍ଦି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଶୟୀ ବିଶ୍ୱାଳଙ୍କ ଅନ୍ୟ ଜଣେ ସହଯୋଗୀ ଗୁରୁତର ଭାବେ ଆହତ ହୋଇ ଥିବାରୁ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ପ୍ରତିବାଦରେ ପାଣିକୋଇଲି ଗ୍ରାମବାସୀ ଭଦ୍ରକ- ଚାନ୍ଦବାଲିି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର