ସାହରପଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ବିଜେଡି ପକ୍ଷରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦଯାତ୍ରା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମରୁ ବାହାରି ଟେଣ୍ଡରା, କୁଣ୍ଡୁଳା, ପୁରୁଣାପାଣି ଗ୍ରାମ ଦେଇ ବନବୀରରେ ଶେଷ ହୋଇଥିଲା। ପଦଯାତ୍ରାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟ ଶଙ୍କର ଚକ୍ର ପ୍ରମୁଖ ସମାନିତ ଅତିଥି ଭାବେ ଯୋଗଦେଇ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ।

ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସାହରପଡା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ବିଜେଡି ସଭାପତି ବିପ୍ଳବ କୁମାର ପୃଷ୍ଟି, ପୂର୍ବତନ ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର, ପୁରୁଷୋତ୍ତମ ରାଜ, ଦୀପକ କୁମାର ରାଜ, କରୁଣା ସାଗର ଖାଟୁଆ, ବିଜୟ କୁମାର ଖାଟୁଆ, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ଭଞ୍ଜ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର