ବିଜେଡ଼ି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ଓକିଲଙ୍କ ଜରିଆରେ ହାଜର ପାଇଁ୧ ମାସ ସମୟ ମାଗିଲେ ବିଜେପି ନେତା ଗୋଲକ ମହାପାତ୍ର

ଗଞ୍ଜାମ: ବିଜେଡ଼ି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲରେ ଆଜି ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଗଞ୍ଜାମ ପୁଲିସ ନିକଟରେ ହାଜର ପାଇଁ ସମନ ହୋଇଥିଲେ ହେଁ ସେ ଆଜି ପୁଲିସ ନିକଟରେ ହାଜର ହୋଇ ନାହାଁନ୍ତି। ଅସୁସ୍ଥ ଥିବାରୁ ତାଙ୍କ ୧ ମାସ ସମୟ ଦେବାକୁ ଶ୍ରୀ ମହାପାତ୍ର ତାଙ୍କ ଓକିଲଙ୍କ ଜରିଆରେ ପୁଲିସ ନିକଟରେ ଆବେଦନ କରିଛନ୍ତି।
ସୂଚନା ଯୋଗ୍ୟ ଯେ ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରି ସାରିଛି। ତେବେ ଏହି ଘଟଣାରେ ପୁଲିସ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଗତ ୨୦୧୮ ମସିହା ନଭେମ୍ବର ୧ ତାରିଖ ଦିନ ସମନ ଦ୍ୱାରା ଡକାଇ ଛତ୍ରପୁର ଠାରେ ଜେରା କରିଥିଲା। ପରେ ପୁଣି ଥରେ ଶ୍ରୀ ମହାପାତ୍ର ଓ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ପୁଲିସ ସମନ ଜାରି କରିଥିଲା। ଆସନ୍ତା ୯ ତାରିଖରେ ଶ୍ରୀ ବକ୍ସିପାତ୍ର ପୁଲିସ ନିକଟରେ ହାଜର ହେବାକୁ ଥିବା ବେଳେ ଆଜି ଶ୍ରୀ ମହାପାତ୍ର ପୁଲିସ ନିକଟରେ ହାଜର ହୋଇଥାନ୍ତେ। ତେବେ ଆଜି ଛତ୍ରପୁର ଏସଡିପିଓ ତଥା ତଦନ୍ତକାରୀ ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ହାଇକୋର୍ଟର ଓକିଲ ପାର୍ଥସାରଥୀ ନାୟକ ଓ ଗୌରୀଶଙ୍କର ରଥ ଶ୍ରୀ ମହାପାତ୍ରଙ୍କ ତରଫରୁ ହାଜର ହୋଇ ଏକ ମାସ ସମୟ ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର