ବିଭିନ୍ନ ଦାବିରେ ସୋନପୁର ବ୍ଲକ ବିଜେପିର ବିକ୍ଷୋଭ

ସୋନପୁର: ବିଭିନ୍ନ ଦାବି ନେଇ ଗୁରୁବାର ସୋନପୁର ବ୍ଲକ ବିଜେପି ପକ୍ଷରୁ ସୋନପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ୨୦୧୫-୧୬ ଆର୍ଥିକ ବର୍ଷରେ ମରୁଡ଼ ପ୍ରଭାବିତ ସମସ୍ତ ଚାଷୀଙ୍କୁ ୧ ଶହ ଟଙ୍କା ବୋନସ ପ୍ରଦାନ, ଆରଏମସି ଦ୍ୱାରା ନିର୍ମିତ ଧାନଖଳା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ, ଲଛିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଚିକିତ୍ସକ ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ତୁରନ୍ତ ପ୍ରଦାନ, ହାତୀ ଓ ବରହା ଦ୍ୱାରା ହେଉଥିବା ଫସଲ ନଷ୍ଟର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଆଦି ୮ଟି ଦାବି ରହିଛି।

ପୂର୍ବତନ ସଭାପତି ମୁରଲୀ ମଲ୍ଲିକଙ୍କ ନେତୃତ୍ୱରେ ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ, ଗଣେଶ ସାହୁ, ନିରଂଜନ ତ୍ରିପାଠୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାଜେନ୍ଦ୍ର ନାଏକ, ଶରତ ଶତପଥୀ, ପ୍ରଭୁଦତ ମିଶ୍ର, ସମ୍ବିତ ନନ୍ଦ, ଦିଲ୍ଲୀପ ପୂଜାରୀ, ସୁନାସିର ତରିଆ, ଶ୍ୟାମସୁନ୍ଦର ଶତପଥୀ, ସଂଜୀବ ମିଶ୍ର, କରମଚାନ୍ଦ ମହାନ୍ତି, ଆଦିତ୍ୟ ମିଶ୍ର, ଯଯାତିକେଶରୀ ମିଶ୍ର, ଦିଲ୍ଲୀପ ଭରାସାଗର, ହିରଣ୍ୟ ବାଗ, ଶିବପ୍ରସାଦ ଦାଶ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର