ବାଲେଶ୍ଵର ୟୁନିଅନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ବାଲେଶ୍ଵର: ୟୁନିଅନ ବ୍ୟାଙ୍କର ୧୦୦ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଶାଖା ଓ ରେମୁଣା ଗୁଲେଇ ଶାଖାପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ରେମୁଣା ଗୁଲେଇ ଶାଖା ପରିସରରେ ଅନୁଷ୍ଠିତ ହୋଇଥିଲା।

ଶିବିରକୁ ବାଲେଶ୍ଵର ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ମୁଖ୍ୟଶାଖାର ମୁଖ୍ୟ ପ୍ରବନ୍ଧକ ସତ୍ୟବ୍ରତ ସାମଲ, ରେମୁଣା ଜାନୁଗଞ୍ଜ ଶାଖାର ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମଲ୍ଲୀକ, ପ୍ରବନ୍ଧକ ଧର୍ମବୀର ସାହା, ସଞ୍ଜୟ ନାୟକ, ସହାୟକ ପ୍ରବନ୍ଧକ ସୁଦୀପ୍ତିଆ ମାଳିନୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ରାକେଶ କୁମାର, ରବୀନ୍ଦ୍ର କୁମାର ସିଂ, ସୁବାଷ ଚନ୍ଦ୍ର ଦାସ, ସରୋଜ କୁମାର ସାହୁ, ପ୍ରଫୁଲ ବେହେରା, ମମତା ବିଶ୍ୱାଳ, ବିଜୟାରାଣୀ ଟୁଡୁ, ସତ୍ୟନାରାୟଣ ବେହେରା ଶିବିରକୁ ପରିଚାଳନା କରିଥିଲେ। ଡା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବସନ୍ତ କୁମାର ଜେନା, ଜ୍ୟୋତିଶ କୁମାର ପ୍ରଧାନ, ସୂଚୀସ୍ମିତା ଦାସ, ହେମଲତା ସେଠୀ ଓ ନରେନ୍ଦ୍ର କୁମାର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ। ବିବେକାନନ୍ଦ ଦାସ, ଲକ୍ଷ୍ମୀଧର ବାରିକଙ୍କ ସହ ଦୁଇ ବ୍ରାଞ୍ଚର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶିବିରରୁ ୬୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶ୍ରୀ ସାମଲ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

ରକ୍ତଦାତା ଜୀବନ ଦାତା :- ପ୍ରଦୀପ ମଲ୍ଲୀକ, ଅନୁପ କୁମାର ଦାସ, ମନୋଜ କୁମାର ଦାସ, ଗଦାଧର ମହାଳିକ, ଉତ୍ତମ କୁମାର ଦେ, ପ୍ରଦୀପ ପାତ୍ର, ଵିନୟ କୁମାର ନାୟକ, ଜୟନ୍ତ କୁମାର ନାୟକ, ଭରତ ଚନ୍ଦ୍ର ବେହେରା, ବୃନ୍ଦାବନ ଦାସ, ହେମନ୍ତ କୁମାର ନାୟକ, ସ୍ପନ୍ଦନ ନାୟକ, ସିଦ୍ଧାର୍ଥ ଶଙ୍କର ପାଣି, ରବିନାରାୟଣ ଦାସ, ବୈଲୋଚନ କର, ରବିନାରାୟଣ ପାଲ, ଦିଲ୍ଲୀପ କୁମାର ରାଉତ, ଶରତ ଦାସ, ଅରୁଣ କୁମାର ବାରିକ, ହରିଶ ଚନ୍ଦ୍ର ପତି, ଶଶିକାନ୍ତ ସେଠୀ, ରଞ୍ଜିତ କୁମାର ସାହୁ, ବିଟୁ ସିଂ, କଲ୍ଲୋଲ କୁମାର ରାୟ, ଅଶ୍ରୁମୋଚନ ପାତ୍ର, ଭଗିରଥ ବେହେରା, ସଂଗ୍ରାମ କୁମାର ଶତପଥୀ, ପ୍ରଦୀପ କୁମାର ମହାଳିକ, ସୁକୁଲ ମାଝୀ, ଲଳିତାନଶୁ ପାତ୍ର, ସନନ୍ଦନ ପାତ୍ର, ମୃନାଲ କୁମାର ମହାପାତ୍ର, ବନଶ୍ରୀ ମଲ୍ଲୀକ, ଗମା ନାୟକ, ଶୁଭଶ୍ରୀ ଖିଲାର, ଅଶ୍ୱନି କୁମାର ରାଉତ,ଧର୍ମବୀର ସ, ସତ୍ୟବ୍ରତ ସାମଲ, ସନ୍ଦୀପ କୁମାର ମହାନ୍ତି, ଟାନିୟା ମହାନ୍ତି, ଦିଲ୍ଲୀପ କୁମାର ବାରିକ,ଅଜୟ କୁମାର ନନ୍ଦି, ଶ୍ୟାମ ମାରାଣ୍ଡି, ଚକ୍ରଧର ନାୟକ, ଉର୍ମିଳା କବାଟ, ଶାନ୍ତୁନ କୁମାର ସାମଲ, ଦିଲ୍ଲୀପ ରାଉଳ, ପବିତ୍ର ପ୍ରଧାନ, ଜ୍ୟୋତିମୟ ପଣ୍ଡା, ରାକେଶ କୁମାର ବେହେରା, ସଞ୍ଜୟ କୁମାର ଦାସ, ବର୍ଯ୍ୟନ ବେହେରା,ସୁନିଲ କୁମାର ଦାସ, ରଜତ କୁମାର ଜେନା, ପ୍ରୀତମ କୁମାର ବାଗ, ଶ୍ରୀତମ କୁମାର ବେହେରା, ଉଦୟ କୁମାର ବେହେରା, ଶ୍ୟାମସୁନ୍ଦର ପାଣ୍ଡଵ,ବିଭୁତି ରଞ୍ଜନ ମହାଳିକ, ଗୋବର୍ଦ୍ଧନ ଜେନା, ବିଟୁ ପାତ୍ର,କମଳାକାନ୍ତ ସାହୁ, ଶିବସୁନ୍ଦର କର।

ସମ୍ବନ୍ଧିତ ଖବର