ମିତ୍ରପୁର ଏମ୍‌ଆଇଆଇଟି କମ୍ପ୍ୟୁଟର ସେଣ୍ଟରରେ ରକ୍ତଦାନ ଶିବିର ଆୟୋଜିତ

କାଂଶ: ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ମିତ୍ରପୁର ବଜାରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତିଓ୍ଵାଇଏଫ୍‌ଆଇ, ଏମ୍‌ଆଇଆଇଟି, ଲାଇନ୍ସ କ୍ଲବ୍‌, ବଜାର କମିଟି, ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା। ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ଉକ୍ତ ଶିବିରକୁ ପୁଲଓ୍ଵାମା ସହିଦଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ପ୍ରାରମ୍ଭରେ ସହିଦମାନଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ରେଞ୍ଜ ଅଫିସ୍‌ର ସୁକୁମାର ଦାସ ଯୋଗ ଦେଇ ଶିବିରକୁ ଉଦଘାଟନ କରି ସହିଦମାନଙ୍କ ପାଇଁ ଆୟୋଜିତ ହୋଇଥିବାରୁ ଏହାକୁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ଡିଓ୍ଵାଇଏଫ୍‌ଆଇର ଜିଲ୍ଲା ସଂପାଦକ ବିଜୟ ପାତ୍ର, ନୀଳଗିରି ରକ୍ତଭଣ୍ଡାର ଅଧିକାରୀ ଡା. ଶୁଭାଂଶୁ ପରିଡା, ମିତ୍ରପୁର ଲାନ୍‌ୟସ ସଂପାଦକ ଡ.ପ୍ରକାଶ ମହାପାତ୍ର, ସଭାପତି ରଞ୍ଜନ କୁମାର ବେହେରା, ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଜିତେନ୍ଦ୍ର ନାୟକ,ବଜାର କମିଟି ସଭାପତି ଳକ୍ଷ୍ମୀକାନ୍ତ ମହାର୍ଣ୍ଣା, ସମ୍ପାଦକ ବିଦ୍ୟାଧର ବିଶ୍ୱାଳ,ଏମ୍‌ଆଇଟି କମ୍ପ୍ୟୁଟର ସେଣ୍ଟର ପରିଚାଳକ ଜୀବନ କୁମାର ଦେ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ମିତ୍ରପୁର ଶାଖାର ପରିଚାଳକ ସୁମିତ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲା ରକ୍ତଦାତା ସଂଘର ଆଜୀବନ ସଦସ୍ୟ ଭଗବାନ ମହାନ୍ତି ଓ କାଂଶର ସମ୍ବାଦ ପ୍ରତିନିଧି ସନ୍ତୋଷ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଏହି ଶିବିରରୁ ୧୨୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଡା.ପରିଡା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍‌ନିସିଆନ୍‌ ସରୋଜ କୁମାର ପାଶା, ରାଧାକାନ୍ତ ପାତ୍ର, ଗୀତାଞ୍ଜଳି ସ୍ୱାଇଁ, ଜୟଶ୍ରୀ ବେହେରା, ଗତିକୃଷ୍ଣ ମହାନ୍ତି ଓ ଉମାକାନ୍ତ ନାୟକ ରକ୍ତ ସଂଗ୍ରହ କରିଥିଲେ। ପରମାନନ୍ଦ ସାହୁ, ଦୁର୍ଗାଚରଣ ଆଚାର୍ଯ୍ୟ, ବିଜୟ କୁମାର ମହାପାତ୍ର, ଗଜେନ୍ଦ୍ର ମୁଦୁଲି, ଅରୁଣ କୁମାର ବ୍ଲକ୍‌ ସମ୍ବାଦ ପ୍ରତିନିଧି ଲୋକନାଥ ଦଳେଇ, ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ ଜଗନ୍ନାଥ ରଣା, ସତ୍ୟଜିତ ଓଝାଙ୍କ ସହ ଆୟୋଜିତ ସବୁ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର