ଡ଼ିଆଇଇଟିରେ ରକ୍ତଦାନ ଶିବିର ଅନୁଷ୍ଠିତ, ସ୍ୱେଚ୍ଛାକୃତ ରକ୍ତଦାନ କଲେ ୫୧ ଜଣ

ରକ୍ତଦାନ ନୈସର୍ଗିକ ଆନନ୍ଦ ଦେଇଥାଏ

ଝାରସୁଗୁଡ଼ା: ସ୍ଥାନୀୟ ପଞ୍ଚପଡ଼ାଠାରେ ଥିବା ଡ଼ିଆଇଇଟି ପରିସରରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୧ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ଡ଼ିଆଇଇଟିର ଛାତ୍ର-ଛାତ୍ରୀ, ଶିକ୍ଷକ ତଥା ସ୍ୱେଚ୍ଛାସେବୀ ଉତ୍ସାହର ସହିତ ଶିବିରରେ ରକ୍ତଦାନ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ଝାରସୁଗୁଡ଼ା ପୈର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଓ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମୀନାରାଣୀ ମଙ୍ଗଳ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଡ଼ିଆଇଇଟିର ଛାତ୍ରଛାତ୍ରୀଙ୍କ ପ୍ରବଳ ଉତ୍ସାହ ଓ ଅଧ୍ୟକ୍ଷ ଗୋପୀନାଥ ସେଠଙ୍କ ପ୍ରଚେଷ୍ଟା ଯୋଗୁଁ ୫୧ ଜଣଙ୍କ ମଧ୍ୟରୁ ୩୮ ଜଣ ପ୍ରଥମ କରି ରକ୍ତଦାନ କରିଥିଲେ। ରକ୍ତ ଅନ୍ୟର ଜୀବନ ରକ୍ଷା କରୁଥିବାରୁ ରକ୍ତଦାନ ମହତ ଦାନ ଆଖ୍ୟା ପାଇଥିବା ବେଳେ ରକ୍ତଦାନ ଏକ ନୈସର୍ଗିକ ଆନନ୍ଦ ଦେଇଥାଏ ବୋଲି ଅତିଥିମାନେ କହିଥିଲେ।

ଶିବିରରେ ଜଗଦୀଶ ମହାନନ୍ଦ, ଲେମ୍ବୁଧର ଦେଓ, ଗୁଡ଼ିଆରାଣୀ ସିଂହ, ଅଭିରାମ ସେଠୀ, ଅର୍ପିତା ମିଶ୍ର, ଅଶୋକ କୁମାର ବରୁଆ, ଜଗବନ୍ଧୁ ଧୁରୁଆ, ଶିବାନୀ ଭୋଇ, କୃପାସିନ୍ଧୁ କୁସୁମ, ମଂଜୁଲତା ମଲ୍ଲିକ, ବବିତା ସାହୁ, ପ୍ରସନ୍ନଜିତ ପରିଡ଼ା, ପ୍ରଗତୀ ପ୍ରଧାନ, ମୀନାକ୍ଷୀ ବେହେରା, ପରେଶ ମହାନନ୍ଦି, ଝିଲି କିସାନ, ଲବିତା ନେଟି, ସଂଜୟ କୁମାର ଦାସ, ଜମୁନା ପିଙ୍ଗ, ସନ୍ତୋଷିନୀ ରାଉଡ଼ିଆ, ମନମୋହନ ସାହୁ, ତପସ୍ୱିନୀ ମାଝୀ, ମୁକେଶ କୁମାର ସେଠ, ଆକାଶ ଭୋସାଗର, ବିଶ୍ୱରଂଜନ ରାଉତ, ଅଜୟ କୁମାର ପ୍ରଧାନ, ରୋସନ ଦାଶ, ରମେଶ ଚନ୍ଦ୍ର ମହନ୍ତ, ପ୍ରିୟଙ୍କା ସିଂହଦେଓ, ସତିଶ ପଲେଇ, ଜିତେନ୍ଦ୍ର ସାହୁ, ଓମ ପ୍ରକାଶ ଭୋଇ, ହେମକାନ୍ତ ବାଘ, ଝସକେତନ ପ୍ରଧାନ, ଆଦିତ୍ୟ ରାୟ, ଉମେଶ ସରାଭଙ୍ଗିଆ, ସରୋଜ କୁମାର ଟଙ୍କର, ବସନ୍ତ କୁମାର ନାଏକ, ବନ୍ଦିତା ପ୍ରଧାନ, ପଦ୍ମିନୀ କରାଲି, ଭଗବତୀ ଜୟପୂଜାରୀ, ମଧୁସ୍ମିତା ନାଏକ, ବିଭୁତି ଭୂଷଣ ନାଏକ, ସଚ୍ଚିଦାନନ୍ଦ ଗହନ, ରାଜକିଶୋର ହରିପାଲ, ପ୍ରଦୀପ୍ତ କୁମାର ସାହୁ, ଚିତ୍ତରଂଜନ ବେହେରା, ରତି ଡ଼ୁଙ୍ଗଡ଼ୁଙ୍ଗ, ଅଭିଲିପ୍ସା ରାଉତ, ଦିବ୍ୟରଂଜନ ବେହେରା, ସୁନିତା ବେଠାଲୁ ପ୍ରମୁଖ ରକ୍ତଦାନ କରିଥିଲେ। ବୁର୍ଲା ମେଡ଼ିକାଲ କଲେଜ ରକ୍ତ ଭଣ୍ଡାର ପକ୍ଷରୁ ମେଡ଼ିକାଲ ଅଫିସର ଡା. ଚିରନ୍ତନ ପ୍ରଧାନ, କାଉନସେଲର ମଣ୍ଟୁ ପ୍ରଧାନ, ଟେକ୍ନିସିଆନ ଦେବାଶିଷ ସାହୁ, ଲେବ୍‌ ଆଟେଣ୍ଡାଣ୍ଟ ଜନକ ବେହେରା ଓ ଗଣେଶ ଚନ୍ଦ୍ର ପ୍ରଧାନ ରକ୍ତ ସଂଗ୍ରହ କରିଥିଲେ।

ସ୍ୱେଚ୍ଛାସେବୀ ରଶ୍ମିରେଖା ସାହୁ, ମିନତୀ ଦାସ, ସଚ୍ଚିଦାନନ୍ଦ ଗହନ, ସୁନିତା ବେଠାଲୁ, ରତି ଡ଼ୁଙ୍ଗଡ଼ୁଙ୍ଗ, ମୋନାଲିସା ପରିଡ଼ା, ମୋନାଲିସା ସାହାଣୀ, ଅଭିଲିପ୍ସା ରାଉତ, ବିଷ୍ଣୁପ୍ରିୟା ପ୍ରଧାନ, ସେଦାମିନୀ ସେଠି, ରୀନା ସାହୁ, ସଂଜୟ ଦାସ, ଜିତେନ୍ଦ୍ର ସାହୁ, ପ୍ରସନ୍ନଜିତ ପରିଡ଼ା, ମଧୁସ୍ମିତା ଦେଓ, ସୁନିଲ ଗିରି, ଅରୁଣ ମଲ୍ଲିକଙ୍କ ସମେତ ସମ୍ବାଦ-ଆମ ଓଡ଼ିଶା ପରିବାରର ଅଶାନ୍ତ ଜେନା, ସୁଶାନ୍ତ ନାୟକ ଓ ସୁକାନ୍ତ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର