କୋରାପୁଟ: ପୁଲଓ୍ଵାମା ସହିଦ ଯବାନଙ୍କ ସ୍ମୁତିରେ ରକ୍ତଦାନ ଶିବିର, ୬୦ ୟୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ସହିଦ ୪୦ ଯବାନଙ୍କ ସ୍ମୁତିରେ ଶୁକ୍ରବାର ରକ୍ତଦାନ ଶିବରି ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସତ୍ୟସାଇ ସେବା ସମିତି ଓ ‘ସମ୍ବାଦ ଆମ ଓଡିଶା’ର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ଶିବିରକୁ ବନ୍ଧୁଗାଁ ଡାକ୍ତରଖାନାର ଡାକ୍ତର ତଥା ସତ୍ୟସାଇ ସେବା ସମିତିର ସଦସ୍ୟ ଡ.ଦେବେଶ ଚନ୍ଦ୍ର ବେହେରା, ଡ.ରତିକାନ୍ତ ଖଟୁଆ, ବିବିଓ ମଧୁସୂଦନ ବଳିଆର ସିଂ ଓ ସେବା ସମିତିର ସଦସ୍ୟଙ୍କ ଉପସ୍ଥିତିରେ ସତ୍ୟସାଇ ବାବାଙ୍କର ଫୋଟଚିତ୍ରରେ ପୂଜାର୍ଚ୍ଚନା କରାଯାଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲାା ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଜଣେ ଆଶା ଦିଦି ରଶ୍ମିତା ସାହୁ ଓ ପ୍ରହଲ୍ଲାଦ ସାହୁ ପ୍ରଥମେ ରକ୍ତଦାନ କରି ଶିବିରକୁ ଆରମ୍ଭ କରିଥିଲେ।

ଲକ୍ଷ୍ମୀପୁରରେ ଅନୁଷ୍ଠିତ ପ୍ରତ୍ୟକ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ପ୍ରଦୀପ କୁମାର ପାଣ୍ଡବ, ତାଙ୍କ ପତ୍ନୀ ବବିତା ପାଣ୍ଡବ ଓ ଦୁର୍ଗାମାଧବ ଖୁଣ୍ଟିଆ ମଧ୍ୟ ଶିବିରରେ ଉପସ୍ତିତ ରହି ରକ୍ତଦାନ କରିଥିଲୋ ପୁଲଓ୍ଵାମା ସହିଦ ଯବାନଙ୍କ ସ୍ମୁତିରେ ଅନୁଷ୍ଠିତ ଶିବିରରେ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସତ୍ୟସାଇ ସେବା ସମିତିର ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ, ବିଏସଏଫ ଯବାନ ଓ ସ୍ଥାନୀୟ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିରରେ ପହଞ୍ଚି ରକ୍ତଦାନ କରିଥିଲୋ ସତ୍ୟସାଇ ସେବା ସମିତିର ନାରାୟଣ ମାଝି, ଶିବ ଶଙ୍କର ସାମଲ, ହୃଷିକେଶ ସାହୁ, ଦେବେନ୍ଦ୍ର ନାଥ ସାହୁ, କସ୍ତୁରୀ ନନ୍ଦ, ବିଷ୍ନୁପ୍ରିୟା ସାହୁ, ରିନାରାଣୀ ଦାଶ, କଳ୍ପନା ପ୍ରଧାନ, ମନୀଷା ଟ୍ୟାଙ୍କ୍‌ ଓ ମହାବିଦ୍ୟାଳୟର କିଛି ଛାତ୍ରୀ ଅଂଶ ଗ୍ରହଣ କରି ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲୋ

ପ୍ରଥମ ଥର ସକାଶେ ଜୟପୁର ଡାକ୍ତରଖାନା ଓ କୋରାପୁଟ ମେଡିକାଲ୍‌ କଲେଜ୍‌ର ଦୁଇଟି ଟିମ୍‌ ପହଞ୍ଚି ରକ୍ତ ସଂଗ୍ରହ କରି ରକ୍ତଭଣ୍ଡାରକୁ ନେଇଥିଲୋ କୋରାପୁଟ ରକ୍ତଭଣ୍ଡାରର ଭି ଗଙ୍ଗାଧର, ଟଙ୍କିଆ ବେହେରା, ସଂଞ୍ଜୟ ସିଂ, ଆରଏନ୍‌ ମୁର୍ତ୍ତି, ରବୀନ୍ଦ୍ର ମିଶ୍ର ଓ ଜୟପୁରର ସିଦ୍ଦାର୍ଥ ମହାପାତ୍ର, ମାମା ସୋନିଆ ପ୍ରଧାନ, ଅଭୟ ଚନ୍ଦ୍ର ପଣ୍ଡା, ସହଦେବ ଖରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲୋ ମହବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ସେନାପତି ଶିବିରରେ ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିବା ବେଳେ ସମ୍ବାଦ ଓ ଆମ ଓଡିଶା ପ୍ରତିନିଧି ପରମେଶ୍ୱର ସାହୁ ଶିବିର ପରିଚାଳନା କରିଥିଲୋ ଡାକ୍ତର ରତିକାନ୍ତ ଖଟୁଆ ନିଜେ ବିଏସଏଫ୍‌ କ୍ୟାମ୍ପ ସମେତ କିଛି ଶିକ୍ଷକଙ୍କୁ ଅନୁରୋଧ କରିବା ପରେ ସେମାନେ ପହଞ୍ଚି ରକ୍ତଦାନ କରିଥିଲୋ

ସମ୍ବନ୍ଧିତ ଖବର