ବିପ୍ଳବୀ ବୀର ବାଘାଯତୀନଙ୍କ ବଳିଦାନ ଦିବସରେ ରକ୍ତଦାନ ଶିବିର, ୬୫ ୟୁନିଟ୍‌ ରକ୍ତ ସଂଗୃହୀତ

ରକ୍ତ ଦେଲେ ୫ ପୁଲିସ କର୍ମଚାରୀ, ପ୍ରତି ରକ୍ତଦାତାଙ୍କୁ ଦିଆଗଲା ଗୋଟିଏ ଲେଖାଏଁ ଚାରା

ବାଲେଶ୍ୱର: ବିପ୍ଳବୀ ବୀର ସହୀଦ ବାଘାଯତୀନଙ୍କର ମଙ୍ଗଳବାର ୧୦୪ ତମ ପବିତ୍ର ବଳିଦାନ ଦିବସରେ ବାଲେଶ୍ୱର ସହର ବାରବାଟୀ ସ୍ଥିତ ବାଘାଯତୀନ କ୍ଲବ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଜି ଭଳି ଏକ ମହାନ ଦିବସରେ ବାଘାଯତୀନ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ରକ୍ତଦାନ ଶିବିରରେ ଯୋଗଦେବା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଅନୁଭୂତି।

ଦେଶର ଯୁବକମାନଙ୍କ ଭିତରେ ଅନ୍ୟପାଇଁ ଉତ୍ସର୍ଗର ଭାବନା ଏହା ଦ୍ୱାରା ବଳବତ୍ତର ହେବ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ, ସମାଜସେବୀ ଡ. ବେଣୁମାଧବ ପଣ୍ଡା ଓ ଜିଲ୍ଲା ରକ୍ତଦାତା ସଂଘର ଉପଦେଷ୍ଟା ହୁସେନ ଚାଚା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ସାୟାଦ ଦିଲଦାର, ସୂଚୀସ୍ମିତା ଦାସ, ବିନୋଦ ବିହାରୀ ଦାସ ଓ ସନ୍ତୋଷ କୁମାର ଜେନା ରକ୍ତସଂଗ୍ରହ କରିଥିଲେ।

କ୍ଲବର ସଭାପତି ବିକ୍ରମଜିତ କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରୁ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସନ୍ତୋଷ ରଞ୍ଜନ ଦେ, ଅମିତ କର, ସୋମନାଥ କର, ନିଲଞ୍ଜନ କର, ଅନିମେଶ ଦେ, ରାଜେଶ କର, ସୁବ୍ରତ କର, ଗିରିଜା କର, ରାଜକ୍ରୀଷ୍ଣ କର, ଅତୀନ୍ଦ୍ର କର, ସୁଦର୍ଶନ ନନ୍ଦୀ, ଚନ୍ଦ୍ରଶେଖର ଜେନା, ଚୈତାଲି ପଣ୍ଡା, ବିଶ୍ୱଜିତ ପଣ୍ଡା, ଆଦିତି କର, ଚନ୍ଦନ କର, ଅସିତ କର ସମ୍ବାଦ ବାଲେଶ୍ୱର ପ୍ରତିନିଧି ମନୋଜ କୁମାର ରାଉଳ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଶିବିର ପରିଚାଳନା କରିଥିଲେଯ।

ଏହି ଶିବିରରେ ପାଞ୍ଚଜଣ ପୁଲିସ କର୍ମୀ ରକ୍ତଦାନ କରି ବାଘାଯତୀନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି କ୍ଲବ ପକ୍ଷରୁ ପ୍ରତି ରକ୍ତଦାତାଙ୍କୁ ଗୋଟିଏ ଲେଖାଏଁ ଚାରା ଉପହାର ସ୍ୱରୁପ ପ୍ରଦାନ କରାଯାଇଥିଲା। ବାଘାଯତୀନ କ୍ଲବ ଓ ବାଲେଶ୍ୱର ଆଲୋଏଜ୍‌ ମିଳିତ ଆନୁକୂଲ୍ୟରେ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଏକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଛି।

ରକ୍ତ ଦାତା ଜୀବନ ଦାତା: ସୌମ୍ୟରଂଜନ ବିଶ୍ୱାଳ, ରାଜକୃଷ୍ଣ କର, ସିଲନ ପ୍ରଧାନ, ଇନ୍ଦ୍ରଜିତ ପ୍ରଧାନ, ପ୍ରତାପ ସିଂ, ବିଜୟ କିଶୋର ରଣା, ଚନ୍ଦନ ମହାକୁଡ଼, ଶାନ୍ତୁନ ଦାସ, ସଂଜୀବ ପୃଷ୍ଟି, ଜ୍ଞାନ ରଞ୍ଜନ ପଣ୍ଡା, ଜୟ ପ୍ରକାଶ ବାରିକ, ସୁରଞ୍ଜନ କର, ଆଶୀର୍ବାଦ କର, ଶତ୍ରୁଘନ ବେହେରା, ସୁଶାନ୍ତ ବାରିକ, ବିନୋଦ ବିହାରୀ ପରିଡ଼ା, ର୍ନିମଳେନ୍ଦୁ ଷଡ଼ଙ୍ଗୀ, ରୂପକ ବିଶ୍ୱାଳ, ନିରଞ୍ଜନ ସିଂ, ସନ୍ତୋଷ କୁମାର କର, ପ୍ରାର୍ଥସାରଥୀ ଦାସ ଅଧିକାରୀ, ମିନତୀ କର, ଜଗଦୀଶ ବେହେରା, ଯଶୋବନ୍ତ ଦାସ, ସେକ ମଞ୍ଜୁର ଅହମେଦ, ସୂର୍ଯ୍ୟସ୍ନାତ ସାହୁ, ଅଭିଷେକ ବିଶ୍ୱାଳ, ମହେନ୍ଦ୍ର ଟୁଡୁ, ସାଗର ବେହେରା, ଅଜିତ କୁମାର ଦେବତା, ଉମାକାନ୍ତ ସାହୁ, ନିଲାଞ୍ଜନ କର, ସୋମନାଥ କର, ଅମିତ କୁମାର ରାଉଳ, ଦେବାଶିଷ ରାଉତ, ମୀରା ବେହେରା, ମିହିର ଦାସ, ସଞ୍ଜନ ବେହେରା, ନିତ୍ୟାନନ୍ଦ ମୂଳା, ଦୁଃଖିଶ୍ୟାମ ବେହେରା, ତପନ କୁମାର ପଣ୍ଡା, ସୁଧାଂଶୁ ଭୂଷଣ କର, ମୋନରଞ୍ଜନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ମାଝୀ, ଦିଲ୍ଲୀପ ଖଣ୍ଡେଲବଲ, ଅର୍ପିତା ବାନାର୍ଜୀ, ସସ୍ମିତା ପାତ୍ର, ତପନ ପାତ୍ର, ଦିନେଶ କୁମାର ପଣ୍ଡା, ବିନୋଦ କୁମାର ପ୍ରଧାନ, ପ୍ରଦୀପ କୁମାର ଦେ, ଚିନ୍ମୟ କୁମାର ସାହୁ, ଦିବେନ୍ଦୁ ଗୁପ୍ତା, ଶିବରାଜ ସାମଲ, ଶୁଭାଶିଷ ଚକ୍ରବର୍ତ୍ତୀ, ମିଲିରାଣୀ ବେହେରା, ସଞ୍ଜୟ ସେଠୀ, ସନ୍ତୋଷ ରଞ୍ଜନ ଦେ, ସପନ ରାୟ, ଆକାଶ ସିଂ, ଚୈତାଲି କର, ଅମିତ କୁମାର ପ୍ରଧାନ, ସରୋଜ କୁମାର ପରିଡ଼ା, ଅବିନାଶ ବିଶ୍ୱାଳ, ରାଜେଶ କୁମାର ମଲ୍ଲିକ, ଆନନ୍ଦ ମାଝୀ।

ସମ୍ବନ୍ଧିତ ଖବର