ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଦାସଙ୍କ ୧୦୦ ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ଭୋଗରାଇ: ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା ତଥା ଭୋଗରାଇର ପୂର୍ବତନ ବିଧାୟକ ଦୁର୍ଗା ଦାସଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଭୋଗରାଇ ବ୍ଲକ ସରସ୍ୱତୀପୁର ହାଇସ୍କୁଲରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଦୁର୍ଗା ଦାସ ଫାଉଣ୍ଡେସନ ଓ ଓଷ୍ଟା ପକ୍ଷରୁ ଏହି ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ଗାନ୍ଧୀବାଦୀ ଚିନ୍ତକ ଓ ଲେଖକ ଦାଶ ବେନହୁର, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର ଓ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର, ଉତ୍ତର ଭୋଗରାଇ ନୋଡାଲ ଅଫିସର ରାଜେନ୍ଦ୍ର ବିକାଶ ପାତ୍ର, ନୀଳଗିରି ରେଂଜର ତଥା କବି ସୁକୁମାର ଦାସ, ରଘୁନାଥ ଏକାଡେମୀ ସରସ୍ୱତୀପୁରର ପ୍ରଧାନଶିକ୍ଷକ ସୁବ୍ରତ ଘଡ଼େଇ ଓ ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଦୁର୍ଗାଦାସ ଫାଉଣ୍ଡେସନର ମୁଖ୍ୟ ଆଶିଷ ଦାସ, ସମ୍ପାଦକ ଗୌତମବୁଦ୍ଧ ଦାସଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ୍‌ ଟେକ୍ନିସିଆନ ଦେବାଶିଷ ଦତ୍ତ, ଜ୍ୟୋତିଷ ପ୍ରଧାନ, ବିନୋଦ ବିହାରୀ ଦାସ ଓ ନରେନ୍ଦ୍ର ମହାଳିକ ରକ୍ତ ସଂଗ୍ରହ କରିଥିଲେ।

ଜୟଦେବ ଦାସ, ସୁକନ୍ୟା ମହାନ୍ତି, ଇନ୍ଦିରା ଦାସ, ଅଂଶୁମାନ ଦାସ, ବାଣୀପ୍ରକାଶ ଦାସ, ସୌଭାଗ୍ୟ ରଂଜନ ଦେ, ଚନ୍ଦନ ପଟ୍ଟନାୟକ, ଅଂଶୁମାନ ମହାନ୍ତି, ଜଗତଜ୍ୟୋତି ଦାସ, ସରଜିତ ବାସୁ, ରଂଜିତ ରାଉଳ, ରାଧାରଂଜନ ବଣୁଆ, ଦେବବ୍ରତ ଦେ, ରାଜେନ୍ଦ୍ର ବିକାଶ ପାତ୍ର, ବିକାଶ ଶତପଥୀ, ଶ୍ରୀକାନ୍ତ ରାଉତ, କଳ୍ପତରୁ ପାତ୍ର, ପ୍ରଶାନ୍ତ କୁମାର ମହାନ୍ତି, ବିଜୟାନନ୍ଦ ପଟ୍ଟନାୟକ, ସନ୍ତୋଷ କୁମାର ପାତ୍ର, ନଟରଞ୍ଜନ ଘଡ଼ାଇ, ସୁବ୍ରତ ଘଡ଼ାଇ, ମନ୍ମଥ ବେହେରା, ସନ୍ତୋଷ ଗିରି, ମହେଶ୍ୱର ଗିରି, ଚନ୍ଦନ ଦାସ, ମନୋରଞ୍ଜନ ଦାସ, କବି ଶ୍ରୀକୁମାର ଘୋଷ, ଅପରାଜିତ ଦାସ, ‘ସମ୍ବାଦ’ର ଜଳେଶ୍ୱର ପ୍ରତିନିଧି ସତ୍ୟବ୍ରତ ପ୍ରଧାନ, ଭୋଗରାଇ ପ୍ରତିନିଧି ବିଶ୍ୱମ୍ବର ଦାସ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସମେତ ଦୁର୍ଗାଦାସ ଫାଉଣ୍ଡେସନ, ରଘୁନାଥ ଏକାଡେମୀ ସରସ୍ୱତୀପୁର ଓ ଓଷ୍ଟାର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର