ବୁଢ଼ାବଳଙ୍ଗରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା, ନାଉରିଆ ନିଖୋଜ

ବାଲେଶ୍ୱର: ଆଜି ଦିନ ପ୍ରାୟ ୧୨ଟା ବେଳେ ଲୋକମାନଙ୍କୁ ନଦୀ ପାର କରାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଡଙ୍ଗା ବୁଢ଼ାବଳଙ୍ଗ ନଦୀରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଡଙ୍ଗାରେ ନଦୀ ପାର ହେଉଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେବଳ ଡଙ୍ଗାର ନାଉରିଆ ହିଁ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ନଦୀ ଘାଟରେ ପହଞ୍ଚିି ନିଖୋଜ ନାଉରିଆଙ୍କୁ ଖୋଜିବା ଅରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ବେଳେ ୨୦ରୁ ଉର୍ଧ୍ୱ ଯାତ୍ରୀଙ୍କୁ ନେଇ ରେମୁଣା ବ୍ଲକ୍‌ କଲ୍ୟାଣପୁର ପଞ୍ଚାୟତର ହଳଦିଆ ଗ୍ରାମର ହେମେନ୍ଦ୍ର ରାଉତ( ୪୮ ବର୍ଷ) ଡଙ୍ଗାରେ ନଦୀ ପାର ହେଉଥିଲେ। ହେମେନ୍ଦ୍ର ଯାତ୍ରୀମାନଙ୍କୁ କୂଳରେ ପହଞ୍ଚାଇ ଅନ୍ୟ କୁଳକୁ ପେରୁଥିବା ବେଳେ ନଦୀରେ ଅଧିକ ପାଣି ଥିବା ବେଳେ ଭୁଉଁରିରେ ପଡ଼ିଯାଇତିଷଳ। ଫଳରେସେ ଡଙ୍ଗା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନଦୀ କୂଳରେ ଏହି ଦୁର୍ଘଟଣା ଘଟିବାରୁ ଡଙ୍ଗାରେ ଥିବା ଯାତ୍ରୀମାନେୁ କୌଣସି ମତେ ହେମେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏବେ ବି ହମେନ୍ଦ୍ର ନଖୋଜ ଥିବା ଜଣାପଡ଼ିଛି। ଉଦ୍‌ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହେମେନ୍ଦ୍ରଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର