କେନ୍ଦ୍ରାପଡ଼ା: ନଦୀରେ ଭାସୁଛି ୨୨ ବର୍ଷିୟ ଅଜଣା ଯୁବକଙ୍କ ମୃତଦେହ

 

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରସିଆ ଗାଁ ନିକଟ ପାଇକା ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଭାସୁଥିବା ବେଳେ ପୁଲିସ ଜବତ କରିଛି। ମୃତ ଯୁବକଙ୍କର କୌଣସି ପରିଚୟ ମିଳି ନ ଥିବା ବେଳେ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳେ ଖୁରସିଆ ସ୍କୁଲ ପାଖ ପାଇକା ନଦୀର ଏକ ନାଳରେ ଜଣେ  ୨୨/୨୩ ବର୍ଷର ଯୁବକର ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ଏକ ଜିନ୍‌ ପ୍ୟାଣ୍ଟ ଓ ଟି ସାର୍ଟ  ପିନ୍ଧିଛନ୍ତି। ତେବେ ତାଙ୍କ ପକେଟରେ କୌଣସି କାଗଜପତ୍ର ନ ଥିବା ବେଳେ ମୋବାଇଲ ଫୋନ ମଧ୍ୟ ନାହିଁ। ମୃତଦେହଟି ଫୁଲିସ ଯାଇଥିିବାରୁ ତାଙ୍କର ମୃତ୍ୟୁ ୩/୪ ଦିନ ତଳେ ହୋଇଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷେ ଯୁବକଙ୍କୁ କେହି ହତ୍ୟା କରି ଥାଇ ପାରନ୍ତି ବୋଲିି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଯୁବକଙ୍କର କୌଣସି ପରିଚୟ ମିଳି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେକୌଣସି ଯୁବକ ନିଖୋଜ ହୋଇଥିବା ନେଇ ଜିଲ୍ଲାର କୌଣସି ଥାନାରେ ମଧ୍ୟ ରିପୋର୍ଟ ହୋଇ ନାହିଁ।ତେଣୁ ଘଟଣା ଅଧିକ ରହସ୍ୟମୟ ହୋଇ ଉଠିଛି।

ସମ୍ବନ୍ଧିତ ଖବର