ବାରିପଦା/ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଘୁଷୁରିଆ ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ଯୁବକ ଜଣକଙ୍କ ମୁହଁ ମାଟି ଭିତରେ ପଶିଥିବା ବେଳେ ତାଙ୍କ ଉପରେ ଏକ ସାଇକେଲ ଲଦି ଦିଆଯାଇଛି। ଚେକ୍ ପୁଲ ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧିିଥିବାଏହି ଯୁବକଙ୍କ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ପୁଲିିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଆଣ୍ଠେଇ ଥିବା ଅବସ୍ଥାରେ ଓ ମାଟି ଭିତରେ ମୁହଁ ପୋତା ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଘୁଷୁରିଆ ଗାଁ ନିକଟ ବିଲରେ ପଡ଼ିଥିବା କେତେକ ଲୋକ ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶହଶହ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ପରେ ଏ ନେଇ ବଡ଼ସାହି ଥାନାକୁ ଖବର ଦିଆଯାଇଥିିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କାଢ଼ିଥିିଲା। ମୁହଁ ଦେଖିବା ପରେ ଯୁବକ ଜଣକ ବେତନଟୀ ଥାନା ବାହାନଡ଼ା ଗାଁର ପଞ୍ଚାନନ ସିଂହ ବୋଲି ଜଣାପଡ଼ିଥିଲା। ପଞ୍ଚାନନ ବଡ଼ସାହି ଥାନା ପତରାପଦା ଗାରେ ବିବାହ କରିଥିଲେ ଓ ସେହିଠାରେ ଘରଦ୍ୱାର କରି ରହୁଥିଲେ। ସେ ବେତନଟୀରେ କାର୍ଯ୍ୟ କରୁଥିବାରୁ ଗତକାଲି ପଣାସଂକ୍ରାନ୍ତୀ ଥିବାରୁ ସେ କାମ କରୁଥିବା ମାଲିକଙ୍କ ଠାରୁ ଟଙ୍କା ଆଣି ଘରକୁ ଆସୁଥିଲେ। ପୁଲିସ ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପଞ୍ଚାନନଙ୍କ ମୁଡରେ ଗଭୀର ଆଘାତ ଲାଗିଥିବା ଓ ଏଥିରୁ ରକ୍ତ ବାହାରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।