ଜୟପୁର: ବସରୁ ବିଏସଏଫ ଜବାନଙ୍କ ମୃତଦେହ ଉଦ୍ଧାର

 

ଜୟପୁର: ରାଉରକେଲାରୁ ଜୟପୁର ଆସୁଥିବା  ରାଜ୍ୟ ସଡ଼କ ପରିବହନ ସଂସ୍ଥାର ଏକ ବସ ଭିତରୁ ଆଜି ସକାଳୁ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଛି। ମୃତ ବ୍ୟକ୍ତିଜଣକ ବର୍ଡର ସିକ୍ୟୁରିଟି ଫୋର୍ସର ଜଣେ ଜବାନ ବୋଲି ଜଣାପଡ଼ିଛି।ବର୍ତ୍ତମାନ ସୁଦ୍‌ଦା ବସ ଭିତରେ ମୃତଦେହ ଥ୍‌ିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ରାଉରକେଲାରୁ  ଓଡି୦୨ଏଆର ୪୨୬୨ ନମ୍ବର ବିଶିଷ୍ଟ  ଓଏସଆରଟିସିର ଏକ ବସ ଆଜି ସକାଳୁ ଆସି ଜୟପୁରରେ ପହଞ୍ଚିଥିଲା। ଏହି ବସରେ ରାଉରକେଲାରୁ ଆସିଥିବା ଜଣେ ବ୍ୟକ୍ତି ବସରୁ ନ ଓହ୍ଳାଇବାରୁ  ବସର କର୍ମଚାରମାନେ ତାଙ୍କୁ ଡାକି ଉଠାଇବାକୁ ଚେଷ୍ଟା କରିଥିଲେ।  ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିିଥିଲା। ଏ ସମ୍ପର୍କରେ  ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ  ଜଣା ପଡ଼ିଥିଲା ଯେ ମୃତ ବ୍ୟକ୍ତ ଜଣକ  ଜଣେ ବିଏସଏଫ ଜବାନ। ତାଙ୍କ ନାମ ନରେଶ କୁମାର ଓ ସେ  କାଲିବେଳା ବିଏସଏପ କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ସେ ଛୁଟିରେ ଘରକୁ ଯାଇ ଗତକାଲି କାର୍ଯ୍ୟରେ ଯୋଗ ଦେବା ପାଇଁ କାଲିମେଳା ଆସୁଥିଲେ।

ସମ୍ବନ୍ଧିତ ଖବର