ମାଲକାନଗିରି: କିଶୋରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଭେଜାଙ୍ଗଓ୍ଵାଡ଼ା ଗାଁର ମୁକୁନ୍ଦ ଦଳପତିଙ୍କ ୧୫ ବର୍ଷୀୟ କିଶୋରୀ କନ୍ୟାଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ମିଳିଛି। ଗତ ଦୁଇ ଦିନ େହେବ ନିଖୋଜ ଥିବା ଏହି କିଶୋରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୁକୁନ୍ଦ ଦଳପତିଙ୍କ ୧୫ ବର୍ଷୀୟ ଝିଅ ଗତ ଦୁଇ ଦିନ ତଳୁ ହଠାତ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ କେହି ଅପହରଣ କରିନେଇଥିିବା ପରିବାର ଲୋକେ ସନ୍ଦେହ କରିଥିଲେ। ତେବେ ଆଜି ସକାଳୁ ଶ୍ରୀ ଦଳପତିଙ୍କ ଜଙ୍ଗଲ ପାଖ ଜମିରେ ତାଙ୍କ ଝିଅର ମୃତଦେହ ପଡ଼ିଥିବା କେତେକ ଗାଁ ଲୋକ ଦେଖି ଶ୍ରୀ ଦଳପତିଙ୍କୁ ଖବର ଦେଇଥିଲେ। ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି। ପୁଲିସ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପହଞ୍ଚି ନାହିଁ। ସମ୍ଭବତ ଏହି କିଶୋରୀଙ୍କୁ ସେହ ଗାଁର କିମ୍ବା ପାଖ ଗାଁର କୌଣସି ଯୁବକ ଅପହରଣ କରି ନେଇ ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର