କଟକ: ଅଳିଆଗଦାରୁ ନବଜାତ ଶିଶୁର ମୃତଦେହ ଜବତ

କଟକ: ଆଜି ସକାଳୁ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ବଅହ୍ମପୁରା ଗ୍ରାମର ଏକ ଅଳିଆ ଗଦା ଭିତରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ଜବତ କରାଯାଇଛି। ଗାଁ ନିକଟରେ ଥିବା ଅଳିଆଗଦା ଭିତରେ ଏହି ନବଜାତ ଶିଶୁ ପୁତ୍ରର ମୃତଦେହକୁ କୁକୁର ଘେରିଥିବା ଦେଖି ସ୍ଥାନୀୟ ଲୋକେ ଭିଡ଼ ହୋଇଥିଲା। ତେବେ ମୃତ ଶିଶୁର ବୟସ ଖୁବ ବେଶି ହେଳେ ଦିନେ କିମ୍ବା ଦୁଇ ଦିନ ଭିତରେ ହେବ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହି ଶିଶୁ ପୁତ୍ରଟି କାହାର ଓ କିଏ ଆଣି ତାକୁ ଏପରି ଅଳିଆ ଗଦାରେ ପକାଇଲା, ତାକୁ ନେଇ ଗାଁରେ ଚର୍ଚ୍ଚା ହେଉଛି। ଖବର ପଶି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର