ସାକ୍ଷୀଗୋପାଳ: ରେଳଲାଇନ୍‌ କଡ଼ରୁ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଅଜୟ ବେହେରା(୪୦ ବର୍ଷ)ଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ବାଲିିସାହି ରେଳ ଫାଟକ ନିକଟ ଠାରୁ ଅଳ୍ପ ଦୂରେ ଠାବ କରାଯାଇଛି। ସରପଞ୍ଚ ଶ୍ରୀ ବେହେରାଙ୍କୁ ହତ୍ୟା କରାଯାଇଥିବ ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସଦାନନ୍ଦପୁର ଗ୍ରାମର ତଥା ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ବାଲିିସାହି ରେଳ ଫାଟକ ନିକଟରେ ରେଳ ଧାରଣା ଠାରୁ ଅଳ୍ପ ଦୂରରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଶହଶହ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ପରିବାର ଲୋକେ ସରପଞ୍ଚ ଶ୍ରୀ ବେହେରାଙ୍କ ମୃତଦେହକୁ ଧରି ଗାଁକୁ ଯାଇଥିଲେ। ତେବେ ଶ୍ରୀ ବେହେରାଙ୍କ ମୁଣ୍ଡ ହାତରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର