ଝାରସୁଗୁଡ଼ା: ମାଆଙ୍କୁ ହତ୍ୟା କରି ପୁଅ ଫେରାର, ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ

ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ମନମୋହନ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆ ପଛପଟେ ଏକ ପରିତ୍ୟକ୍ତ ସ୍ଥାନରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପୁଲିସ ଜବତ କରିଛି। ମୃତଦେହଟି ହେଉଛି ମୁଙ୍ଗାପଡ଼ାର ଜଣେ ବିଧବାଙ୍କର। ତାଙ୍କ ନାମ ଉଷା ରାଉତ( ୫୦ ବର୍ଷ)। ଉଷାଙ୍କୁ ତାଙ୍କ ଘର ଭିତରେ ହତ୍ୟାକରି ଏଠାରେ ଫିଙ୍ଗି ଦିାଯାଇଥିବା ପୁଲିସ ଆଶଙ୍କା କରୁଛି। ତେବେ ପୁଲିସ ଉଷାଙ୍କ ମୃତ୍ୟୁ ପାଇଁ ତାଙ୍କ ପୁଅ ମିଟୁ ରାଉତଙ୍କୁ ସନ୍ଦେହ କରୁଛି। ଘଟଣା ଜଣାପଡ଼ିିବା ପରଠାରୁ ମିଟୁ ଫେରାର ହୋଇଯାଇଥିବା ବେଳେ ତାଙ୍କ ଲିଭ୍‌ ଇନ୍‌ ରିଲେସନ ମହିଳାଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଷାଙ୍କ ସ୍ୱାମୀ ଜଣେ ରିକ୍ସାଚାଳକ ଥିଲେ। ଗତ କିଛି ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ବିଭିନ୍ନ ଅପରାଧରେ ଜଡିତ ଉଷାଙ୍କ ବଡ଼ ପୁଅ ଏବେ ବିଚରାଧୀନ କଏଦୀ ଭାବେ ଜେଲରେ ରହିଛି। ଉଷା ସାନପୁଅ ମିଟୁ ସହିତ ମୁଙ୍ଗାପଡ଼ାରେ ରହୁଥିଲେ। ଗତ କିଛିଦିନ ହେବ ମିଟୁ ଜଣେ ମହିଳାଙ୍କୁ ଆଣି ଘରେ ରଖିବା ସହିତ ତାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ତେବେ କୌଣସି କାରଣରୁ ଗତକାଲି ରାତିରେ ମାଆ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛିି। ଏଥିରେ ଉତ୍ତ୍ୟକ୍ତ ହୋଇଏକ ଶିଳପୁଆରେ ମିଟୁ ଉଷାଙ୍କ ମୁଣ୍ଡକୁ ଅତି ନୃଶଂସ ଭାବେ ଛେଚି ହତ୍ୟା କିରିବା ପରେ ଟେକି ନେଇ ସ୍କୁଲ ପଡ଼ିଆ ପଛପଟେ ଫିଙ୍ଗି ଫେରାର ହୋଇଯାଇଛି। ଉଷାଙ୍କ ଘର ଭିତରେ ରକ୍ତ ପଡ଼ିଥିବାରୁ ସେହିଠାରେ ତାଙ୍କୁ ହତ୍ୟାା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର