ଖୋର୍ଦ୍ଧା: ଡମ୍ପରକୁ ପଛରୁ ପିଟିଲା ବୋଲେରୋ, ୮ ଗୁରୁତର

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ନିକଟରେ ଏକ ଡମ୍ପର ସହିତ   ଏକ ବୋଲେରୋର ଧକ୍କା ହେବା ଫଳରେ ବୋଲେରୋରେ ଥିବା ୮ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।ଦୁର୍ଘଟରା ପରେ ଡମ୍ପରଟି ଫେରାର ହୋଇଯାଇଥିିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚାନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳାରୁ ଏକେ ବେଲେରୋ ଯୋଗେ କେତେକ ଯାତ୍ରୀ ପୁରୀ ଯାଉଥିିିବା ବେଳେ ଚାନ୍ଦପୁର ନିକଟରେ  ଜାତୀୟ ରାଜପଥରେ ଯାଉଥିବା ଏକ ଡମ୍ପର ହଠାତ ବ୍ରେକ୍‌ ଦେଇଥିଳା। ଡମ୍ପରଟି ହଠାତବ୍ରେକ୍‌ ଦେବାରୁ ତା ପଛେ ପଛେ ଯାଉଥିବା ବୋଲେରୋଟି ପଛରୁ ଖୁବ୍‌ ଯୋରରେ ଡମ୍ପରରେ ବାଡୋଇ ହୋଇଯାଇଥିଲା।

ସମ୍ବନ୍ଧିତ ଖବର