ମାଲକାନଗିରି: ଦୁର୍ଘଟଣା ପରେ ଜଳିଗଲା ବୋଲେରୋ, ୩ ଗୁରୁତର

ମାଲକାନଗିରି: ମାଲକାନଗିରି ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ମଟେରୁ ପଞ୍ଚାୟତ ନିକଟରେ ଏକ ବୋଲେରୋ ଗଛରେ ବାଡେଇ ହୋଇ ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଛି। ଖବରପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବୋଲେରୋରେ ଥିବା ୩ ଜଣ ଯୁବକଙ୍କୁ ଗାଡ଼ିରୁ ଉଦ୍ଦାର କରି ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଏହି ଦୁର୍ଘଟଣାରେ ବୋଲେରୋ ଟି ସମ୍ପୂର୍ଣ୍ଣ ଜଳି ଯାଇଛି।


ମିଳିଥିବା ସୂଚନା ଅନୁଯାୟୀ ପଡ଼ିଆ ବ୍ଲକ ଅଧ୍ୟକ୍ଷ ବେଦା ମାଢ଼ିଙ୍କ ଭାଇ ଗଙ୍ଗା ମାଢ଼ି ତାଙ୍କ ବୋଲେରୋ ଗାଡ଼ି ନେଇ ମଟେରୁ ପଞ୍ଚାୟତକୁ ଯାଇ ଫେରୁଥିବା ବେଳେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ଦେଇଥିଲେ। ଫଳରେ ଏହି ଦୁର୍ଘଟଣା ପରେ ବୋଲେରୋଟି ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବୋଲେରୋ ଭିତରୁ ଶ୍ରୀ ମାଢ଼ି, ହରିଦାସ ମାଢ଼ି ଓ ରାଜୁ ଦେ ନାମକ ୩ ଜଣ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ପରେ ପରେ ଓଳଟି ପଡ଼ିଥିିବା ବୋଲେରୋରେ ନିଆଁ ଲାଗିଯିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛିି।

ସମ୍ବନ୍ଧିତ ଖବର