ଗଂଜାମ: ଜଳଖିଆ ଦୋକାନ ଉପରକୁ ବୋମାମାଡ଼, ଜଣେ ଗୁରୁତର

ଭଂଜନଗର: ଗଂଜାମ ଜିଲ୍ଲାର ଭଂଜନଗର ଥାନା ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଏକ ଜଳଖିଆ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡ଼କୋଦଣ୍ଡର ଏକ ଜଳଖିଆ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ ବୋମାମାଡ଼ କରିଥିଲେ। ଫଳରେ ଦୋକାନରେ କାମ କରୁଥିବା ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର