ପଶ୍ଚିମବଙ୍ଗ ସୀମାରୁ ୧୦୦୦ କିଲୋ ବିସ୍ଫୋରକ ଜବତ ଘଟଣାରେ ୨ ଓଡ଼ିଆ ଯୁବକ ଗିରଫ

ବାଲେଶ୍ୱର: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଶନିବାର ୨୭ଟି ବସ୍ତାରେ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାରେ ୨ ଜଣ ଓଡ଼ିଆ ଯୁବକଙ୍କୁ ପୁଲିସ ଗିରଫ କରିଛି।

ଜବତ କରାଯାଇଥିବା ବିସ୍ଫୋରକର ପରିମାଣ ପ୍ରାୟ ୧୦୦୦ କିଲୋ ହେବ ବୋଲି ପୁଲିସ କହିଛି। ଓଡ଼ିଶାରୁ ଏକ ଗାଡ଼ିରେ ଏହି ବିସ୍ଫୋରକ ଚାଲାଣ କରାଯାଇଥିଲା।

କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୁଲିସ୍‌ ସ୍ପେଶାଲ୍‌ ଟାକ୍ସଫୋର୍ସ ଚଢାଉ କରି ଏହି ବିସ୍ଫୋରକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଇନ୍ଦ୍ରଜିତ ଭୁଇ ଓ ପଦ୍ମଲୋଚନ ଦେ। ଇନ୍ଦ୍ରଜିତ୍ର ଘର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅନ୍ତର୍ଗତ ମେଲକ ଗାଁରେ ହୋଇଥିବା ବେଳେ ସେହି ବ୍ଲକ୍‌ ଅନ୍ତର୍ଗତ ମଥାନି ନିବାସୀ ହେଉଛି ପଦ୍ମଲୋଚନ। ସେମାନେ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣର ବିସ୍ଫୋରକ ନେଇ ଯାଉଥିଲେ ଓ କାହାଠାରୁ ଏ ବିସ୍ଫୋରକ ପାଇଥିଲେ, ସେ ନେଇ ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର