ଖଣ୍ଡପଡ଼ା:ବୋମାମାଡ଼ କରି ୨ ଳକ୍ଷ ଟଙ୍କା ଲୁଟ୍‌, ୨ ଛେଳି ବ୍ୟବସାୟୀ ଗୁରୁତର

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଗଣିଆ ଛେଳି ହାଟକୁ ଛେଳି କିଣିବା ପାଇଁ ଭୁବନେଶ୍ୱରରୁ ଯାଉଥିବା ଦୁଇଜଣ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବୋମାମାଡ଼ରେ ଭୁବନେଶ୍ୱର ଝାରପଡ଼ାର ଛେଳି ବ୍ୟବସାୟୀ ମିହିର ମୁଜାହିଦ୍ଦିନ ଓ ୟୁସଫୁ ଖାଁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନାୟାାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବାଣପୁର କୁମୁଣ୍ଡି ଠାରେ ଏହି ବୋମାମଡ଼ ଓ ଲୁଟ୍‌ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଳି ବିଳମ୍ବିତ ରାତିରେ ଭୁବନେଶ୍ୱର ଝାରପଡ଼ା ଗ୍ରାମର ଦୁଇ ଜଣ ଛେଳି ବ୍ୟବସାୟୀ ଏକ ପିକ୍‌ଅପ୍‌ ଭ୍ୟାନ ନେଇ ଗଣିଆ ଛେଳି ହାଟକୁ ଯାଉଥିବା ବେଳେ ବାଣପୁରୁ କୁମଣ୍ଡି ନିକଟରେ ସେମାନଙ୍କୁ ଅଟକାଇ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥଲେ। ଏଥିରେ ଦୁଇ ଜଣ ବ୍ୟବସାୟୀ ଆହତ ହୋଇଛନ୍ତି। ଆହତମାନଙ୍କ ବୟାନ ଭିତ୍ତିରେ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର