ଗଞ୍ଜାମ ଜିଲ୍ଲାରେ ବାରହା ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାଷୀ ରାତି ଅନିଦ୍ରା

ଗଞ୍ଜାମ: ଏବେ ଧାନ ଫସଲ ଧୀରେଧୀରେ ପାଚି ଆସୁଛି। ଧାନ ଫସଲ ପାଚି ଆସିବା ସମୟରେ କ୍ଷେତରେ ବାରହା ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଏହି ବାରହାଙ୍କୁ କ୍ଷେତରୁ ଘଉଡାଇବାକୁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ହେଲେ ବି ଏଥିରୁ ମୁକ୍ତି ପାଇ ପାରୁ ନାହାନ୍ତି। ଏଥିପାଇଁ ଚାଷୀମାନଙ୍କୁ ରାତି ସାରା ଉଜାଗର ରହିବାକୁ ପଡ଼ୁଛି। ଫଳରେ ଚାଷୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଚାଷୀମାନେ ବାରହା ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାତିସାରା ଟିଣ ଡବାକୁ ବଜାଇବାଠାରୁ ଆରମ୍ଭ କରି ବାଣ ଫୁଟାଇ, ପାଟିତୁଣ୍ଡ କରି ବିଲରୁ ବାରାହକୁ ଘଉଡାଉ ଥିବା ଦେଖିବାକୁ ମିଳୁଛି। ହେଲେ ବାରହାଙ୍କ ଉପଦ୍ରବ କମିବା ନାମ ନେଉନାହିଁ। ବିଲରେ ପଶି ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ବାରହା ଘୋଇଡାଇବା ଓ ଫସଲକୁ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର