୧. ୩୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଗଲା

ବୌଦ୍ଧ: ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ପଞ୍ଚାୟତ ଆଙ୍କୁନ, ବବଡ଼ା ଗାଁରେ ୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମୋଟ ୧ ଲକ୍ଷ ୩୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ। ବୌଦ୍ଧ ଅବକାରୀ ଅଧୀକ୍ଷକ ଶାନ୍ତନୁ ନାଏକ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତ୍ରିଦେବ ରଥଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୧ କୋଟି ୩୫ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଏ ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ କରାଯାଉ ଥିବାରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର