ମୁଖ୍ୟମନ୍ତ୍ରୀଙ୍କୁ ୧୧ଦଫା ଦାବିପତ୍ର

ବୌଦ୍ଧ: ଭାରତୀୟ ମଜଦୁର ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ବୁଧବାର ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶମୁତାବକ ଠିକାଦର ପରିବର୍ତ୍ତନ ସମୟରେ ସ୍ଥାୟୀକାଯ୍ୟର୍ରେ ନିଯୁକ୍ତ ଠିକା କର୍ମଚାରୀମାନଙ୍କୁ ଛଟେଇ ନକରିବା ପାଇଁ ନିଯୁକ୍ତିଦାତା ଉତ୍ତରଦାୟୀ ରହିବାକୁ ରାଜ୍ୟସରକାର କଡା ନିର୍ଦ୍ଦେଶଜାରି କରିବା, ଓଡିଶାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ବାୟୋମେଟ୍ରିକ ଉପସ୍ଥାନକୁ ବାଧ୍ୟତା କରାଯିବା, ବାୟୋମେଟ୍ରିକ ଉପସ୍ଥାନ ଆଧାରରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବେତନ ପ୍ରଦାନ, ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ସୁନିଶ୍ଚିିତ କରାଯିବା ଆଦି ଦାବିରେ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ସଭାପତି ସତ୍ୟବତୀ ସାହୁ, ଉପସଭାପତି ଶାନ୍ତନୁ ପ୍ରଧାନ, ଉର୍ମିଳା ମହାପାତ୍ର, ସଂପାଦକ ଲୋକନାଥ ଶତପଥୀ, ଶମ୍ଭୁ ପ୍ରଧାନ, ନିରଜଂନ ମାହାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର